Odia News Portal

ଅର୍ଚ୍ଚନା ନାଗଙ୍କ ରିମାଣ୍ଡର ଆଜି ଦ୍ୱିତୀୟ ଦିନ: ହନିଟ୍ରାପ୍‌ ଓ ଆର୍ଥିକ କାରବାର ନେଇ ପଚରାଉଚରା

ଅର୍ଚ୍ଚନା କେଳେଙ୍କାରୀ ମାମଲାରେ ଆଜି ଇଡି ଜେରାର ଦ୍ୱିତୀୟ ଦିନ । ଲେଡି ବ୍ଲାକମେଲର୍‌ ଅର୍ଚ୍ଚନା ନାଗଙ୍କୁ ମନି ଲଣ୍ଡରିଂ ନେଇ ଗୁଡ଼େଇ ତୁଡେଇ ତଦନ୍ତକାରୀ ଅଫିସର ଜେରା କରୁଛନ୍ତି । ଇଡି ଆଗରେ ଏବେ ଅସମାହିତ ପ୍ରଶ୍ନ । ଜେରାବେଳେ ଗଣମାଧ୍ୟମ ଆଗରେ ଅର୍ଚ୍ଚନା ଯେଉଁ ଅଗ୍ନିବର୍ଷୀ ପ୍ରତିକ୍ରିୟା ରଖିଥିଲେ, ଏସବୁ କାହା ଉଦ୍ଦେଶ୍ୟରେ ଥିଲା ? ମନି ଲଣ୍ଡରିଂ ମାମଲା ସହ ଏହାର କୌଣସି ସମ୍ପୃକ୍ତି ଅଛି କି ନାହିଁ ? ଅର୍ଚ୍ଚନା କହୁଛନ୍ତି ତାଙ୍କୁ ଫସେଇ ଦିଆଯାଇଛି ।

କିଏ ତାଙ୍କୁ ଫସାଇଲା ? ଏମିତି କି ତଥ୍ୟ ଦେବେ ଯାହା ରାଜ୍ୟକୁ ପରିବର୍ତ୍ତନ କରିଦେବ ? ନେତା, ମନ୍ତ୍ରୀ ଆଉ କେଉଁ ବଡବଡିଆ ହନିଟ୍ରାପ ଓ ବ୍ଲାକ ମେଲିଂରେ ଯଡିତ ? କାହା କାହାକୁ ବ୍ଲାକମେଲିଂ କରିଥିଲେ ? ଆଉ କାହା କାହାକୁ ହନିଟ୍ରାପ ଜାଲରେ ଅର୍ଚ୍ଚନା ଫସାଇଥିଲେ ? କିଏ ସେ ବଡ଼ବଡ଼ିଆ ଯିଏ ଅଢ଼େଇ କୋଟି ଟଙ୍କା ଏଟିଏମରେ ଜମା କରିଥିଲେ ? ଅର୍ଚ୍ଚନାଙ୍କୁ ଇଡି ଅଧିକାରୀ ଏମିତି ନାନା ପ୍ରଶ୍ନ ପଚାରିଛନ୍ତି ? କୁହାଯାଉଛି ଇଡି ଅଧିକାରୀଙ୍କୁ ଅର୍ଚ୍ଚନା ଅନେକ ବଡ଼ ବଡ଼ିଆଙ୍କ ବିଷୟରେ ତଥ୍ୟ ଦେଇଛନ୍ତି । ଇଡି ଅଧିକାରୀ ସେହି ବଡ଼ ବଡ଼ିଆଙ୍କୁ ଡାକିବାକୁ ପ୍ରସ୍ତୁତ ହେଉଛନ୍ତି । ଏଭଳି ଖବର ଆସି ପହଞ୍ଚୁଛି । ଗତକାଲିର ଅର୍ଚ୍ଚନା ଝଡ ଗତକାଲି ଗଣମାଧ୍ୟମରେ ଚର୍ଚ୍ଚାରେ ଥିଲା । ଆଗକୁ ଅର୍ଚ୍ଚନାଙ୍କ ବୟାନ ଆଉ ଏକ ଝଡ ନେଇ ଆସିବ ବୋଲି ଚର୍ଚ୍ଚା ହେଉଛି ।