Odia News Portal

ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜନ୍ମ ଜୟନ୍ତୀ

ଓଡିଶା ରଜନୀତିର ପୁରୋଧା ବିଜୁ ପଟ୍ଟନାୟକ । ସେ ଥିଲେ ଓଡ଼ିଆ ମାଟିର ଗୌରବ, ନୂଆ ଓଡିଶାର ନିର୍ମାତା, ରାଜନୀତିର ମାହଦ୍ରୁମ, ଦକ୍ଷ ପାଇଲଟ ଓ ଶିଳ୍ପପତି । ରାଜନୀତି ଯୁଦ୍ଧରେ ସେ ଥିଲେ ଜଣେ ସଫଳ ଯୋଦ୍ଧା । ବିଜୟାନନ୍ଦ ପଟ୍ଟନାୟ ବା ବିଜୁ ବାବୁ, ଓଡିଶା ପ୍ରତି ତାଙ୍କ ମହାନ ଅବଦାନ ପାଇଁ ତାଙ୍କୁ ପ୍ରବାଦପୁରୁଷ, ଭୂମିପୁତ୍ର, କଳିଙ୍ଗବୀର ଆଖ୍ୟା ଦିଆଯାଇଛି । ତାଙ୍କ ଦୁଃସାହାସିକ ପଦକ୍ଷେପ ଓଡିଶାକୁ ନୂଆ ପରିଚୟ ଦେଇଛି । ଅଦମ୍ୟ ସାହାସିକତା ଯୋଗୁଁ ସେ ରାଜ୍ୟ, ଦେଶ ତଥା ଦେଶ ବାହାରେ ବେଶ ପରିଚିତ । ବିଜୁ ବାବୁ ଆଜି ନାହାନ୍ତି ସତ, କିନ୍ତୁ ସେ କରିଥିବା ପ୍ରତିଟି କୀର୍ତ୍ତିମାନ ଆଜିବି ମନେ ରଖିଛନ୍ତି ପ୍ରତିଟି ଓଡିଆ । ଆଜି ସେହି ଭୂମିପୁତ୍ରଙ୍କ ୧୦୮ତମ ଜନ୍ମ ଜୟନ୍ତୀ । ୧୯୧୬ ମସିହା ମାର୍ଚ୍ଚ ୫ ଅର୍ଥାତ୍ ଆଜିର ଦିନରେ କଟକରେ ଜନ୍ମ ଗ୍ରହଣ କରିଥିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟାନନ୍ଦ ପଟ୍ଟନାୟକ। ଆଜି ବିଜୁ ପଟ୍ଟନାୟକଙ୍କର ୧୦୮ତମ ଜନ୍ମ ଜୟନ୍ତୀ। ୧୯୬୧ ମସିହାରୁ ୧୯୬୩ ଯାଏଁ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ ଏବଂ ପରେ ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ପୁଣି ମୁଖ୍ୟମନ୍ତ୍ରୀ ବନିଥିଲେ। କେନ୍ଦ୍ରରେ କେଇଲା ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି ବିଜୁ ପଟ୍ଟନାୟକ। ଜଣେ ନିର୍ଭିକ ପାଇଲଟ ଭାବେ ମଧ୍ୟ ଥିଲା ତାଙ୍କର ସୁଖ୍ୟାତି। ତାଙ୍କୁ ଭୂମିପୁତ୍ର ଉପାଧିରେ ଭୂଷିତ କରିଥିଲା ଇଣ୍ଡୋନେସିଆ। ଓଡ଼ିଶାରେ ପଞ୍ଚାୟତିରାଜ ବ୍ୟବସ୍ଥା ଲାଗୁ କରିବାରେ ସେ ଥିଲେ ସୂତ୍ରଧର। ଆଜିର ଦିନକୁ ଓଡ଼ିଶାରେ ପଞ୍ଚାୟତିରାଜ ଦିବସ ଭାବେ ପ୍ରତିବର୍ଷ ପାଳନ କରାଯାଏ।