Odia News Portal

ଆଜି ହେଉଛି ପବିତ୍ର ମହାବିଷୁବ ସଂକ୍ରାନ୍ତି , ହନୁମାନ ଜୟନ୍ତୀ ଓ ଓଡ଼ିଆ ନବବର୍ଷ

ମହା ବିଷୁବ ସଂକ୍ରାନ୍ତି , ଯାହାକୁ ପଣା ସଂକ୍ରାନ୍ତି ମଧ୍ୟ କୁହାଯାଇଥାଏ l ଏହି ଦିନ ସୂର୍ଯ୍ୟ ମେଷ ରାଶିରେ ପ୍ରବେଶ କରନ୍ତି l ଚଳିତ ଥର ପଣା ସଂକ୍ରାନ୍ତି ୧୪ ଅପ୍ରେଲ ରେ ପାଳିତ ହେବ l ଏହିଦିନ ଓଡ଼ିଆ ନବବର୍ଷ ମଧ୍ୟ ପାଳିତ ହୋଇଥାଏ l ପରମ୍ପରା ଅନୁସାରେ ଏହିଦିନ ପାଚିଲା ବେଲରେ ପଣା ପ୍ରସ୍ତୁତ ହୋଇ ତୁଳସୀ ଚଉରା ନିକଟରେ ପ୍ରସାଦ ଭାବରେ ଅର୍ପଣ କରାଯାଇ ଥାଏ l ଏବଂ ଓଡ଼ିଆ ଘରର ପରମ୍ପରା ଅନୁଯାୟୀ ଏହିଦିନ ତୁଳସୀ ଚଉରା ଉପରେ ଠେକି ବସା ଯାଇଥାଏ l

ମାନ୍ୟତା ଅନୁଯାୟୀ ଏହିଦିନ ଭାରତ ବର୍ଷର ବିଭିନ୍ନ ରାଜ୍ୟରେ ମଧ୍ୟ ମହାବିଷୁବ ସଂକ୍ରାନ୍ତି ପାଳିତ ହୋଇଥାଏ , ଯାହାକି ଉକ୍ତ ରାଜ୍ୟର ନବବର୍ଷ ଅଟେ l ମହାବିଷୁବ ସଂକ୍ରାନ୍ତି ଦିନ ସୂର୍ଯ୍ୟ ଦେବ ମୀନ ରାଶିରୁ ମେଷ ରାଶିରେ ପ୍ରବେଶ କରନ୍ତି l ଏହାଛଡା ଆଜିର ଦିନରେ –
– ତାମିଲ ନବବର୍ଷ ଚିତ୍ତୀରାଇ ବିଷୁ ପାଳିତ ହୋଇଥାଏ l
– ବଙ୍ଗାଳୀ ନବବର୍ଷ ପୋଇଲା ବୈଶାଖ ପାଳିତ ହୋଇଥାଏ l
– ଆସାମୀ ନବବର୍ଷ ରୋଙ୍ଗାଲୀ ବିହୁ ପାଳିତ ହୋଇଥାଏ l

– ଆଜିର ଦିନରେ ସୂର୍ଯ୍ୟ ଦେବ ମୀନ ରାଶିରୁ ମେଷ ରାଶିରେ ପ୍ରବେଶ କରନ୍ତି, ତେଣୁ ଆଜିର ଦିନରେ ପବିତ୍ର ନଦୀରେ ସ୍ନାନ କରିବା ର ଓ ଦାନ ର ଅନେକ ମହତ୍ୱ ରହିଛି l ପାରମ୍ପରିକ ମହତ୍ୱ ଅନୁସାରେ ଆଜିର ଦିନରେ ଓଡ଼ିଶାରେ ସମସ୍ତ ମନ୍ଦିରରେ ହନୁମାନ ଜୟନ୍ତୀ ମଧ୍ୟ ପାଳିତ ହୋଇଥାଏ l

– ଆଜିର ଦିନଟିରେ ବିଧିବଦ୍ଧ ଭାବରେ ସୂର୍ଯ୍ୟ ପୂଜନ ର ମଧ୍ୟ ଅନେକ ମହତ୍ୱ ରହିଛି, ତେଣୁ ଆଜିର ଦିନରେ ସୂର୍ଯ୍ୟଦେବ ଙ୍କୁ ଦୁଗ୍ଧ ଓ ମହୁ ରେ ଗଙ୍ଗା ଜଳ ରେ ଅର୍ଘ୍ୟ ଦେବା ଦ୍ୱାରା ଘରର ସୁଖ ସମୃଦ୍ଧି ଦ୍ବିଗୁଣିତ ହୋଇଥାଏ ଏବଂ ସମସ୍ତ ରିଷ୍ଟ ଖଣ୍ଡନ ମଧ୍ୟ ହୋଇଥାଏ l

– ଯେଉଁ ବ୍ୟକ୍ତିଙ୍କ ଗୃହରେ ସର୍ବଦା ବ୍ୟାଧି ଓ କ୍ଳେଶ ଦେଖା ଦେଉଛି ସେ ଆଜିର ଦିନରେ ହନୁମାନ ଙ୍କ ନିକଟରେ ଅଖଣ୍ଡ ଦୀପ ସ୍ଥାପନା କରିବା ସହିତ ନାଲି ପୁଷ୍ପ ଓ ବେଲପତ୍ର ଅର୍ପଣ କରନ୍ତୁ l

– ଆଜିର ଦିନରେ ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ମହାଦେବ ଙ୍କୁ ଦର୍ଶନ କରନ୍ତୁ, ଏବଂ ମହାଦେବ ଓ ପାର୍ବତୀ ଙ୍କୁ ନଡ଼ିଆ ଅର୍ପଣ କରନ୍ତୁ l ଏହାଛଡା ଶିବ ଲିଙ୍ଗରେ ପଇଡ଼ ପାଣି ଅର୍ପଣ କରନ୍ତୁ l ଏମିତି କରିବା ଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ l

– ସନ୍ତାନ ମାନଙ୍କ ଜୀବନ ରେ ସୁଖ ସମୃଦ୍ଧି ପାଇଁ ଆଜିର ଦିନରେ ଗୋଟିଏ ପାତ୍ରରେ ମିଶ୍ରି ଓ ଘିଅ ଗୋଟିଏ ତମ୍ବା ପାତ୍ରରେ ପୂର୍ଣ୍ଣକରି ବ୍ରାହ୍ମଣ କିମ୍ବା ବୃଦ୍ଧ କୁ ଦାନ କରିବା ଆବଶ୍ୟକ l

– ମହାବୀର ହନୁମାନ ଙ୍କ ଜୟନ୍ତୀ ଉପଲକ୍ଷେ ଆଜିର ଦିନରେ ସୁନ୍ଦର କାଣ୍ଡ ପାଠ କରନ୍ତୁ, ଏପରି କରିବା ଦ୍ୱାରା ଘରର ନକାରାତ୍ମକ ଉର୍ଜାର ବିନାଶ ହୋଇଥାଏ, ଏବଂ ଚାକିରୀ ଓ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଉନ୍ନତି ହୋଇଥାଏ, ରୋଗ ଦୁଃଖ ଦୂର ହୋଇଥାଏ, ଅଟକି ରହିଥିବା ଧନ ସହଜ ରେ ଲାଭ ହୋଇଥାଏ l