Odia News Portal

ଆସିଗଲା ଓମିକ୍ରନ ପାଇଁ ଔଷଧ

କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ୍ ସାରା ବିଶ୍ୱରେ କାୟା ବିସ୍ତାର କରିଥିବା ବେଳେ ଏହାକୁ ମାତ୍ ଦେବା ପାଇଁ ଆମେରିକା ଔଷଧ କମ୍ପାନୀ ଫାଇଜର ପ୍ରସ୍ତୁତ କରିଛି ପାକ୍ସଲୋଭିଡ ବଟିକା । କମ୍ପାନୀ ଦାବି କରିଛି ଯେ ଏହା ଓମିକ୍ରନ୍ ଭାରିଆଣ୍ଟ ବିରୋଧରେ ୯୦ ପ୍ରତିଶତ ପ୍ରଭାବଶାଳୀ ହେବ। ଲ୍ୟାବ ତଥ୍ୟ ମାଧ୍ୟମରେ ଏହା ପ୍ରମାଣିତ ହୋଇଛି ଯେ ଏହି ଆଣ୍ଟି-ଭାଇରାଲ ଔଷଧ ଓମିକ୍ରନ୍ ରେ ସଂକ୍ରମିତ ହୋଇ ଲୋକ ଡାକ୍ତରଖାନାରେ ଭର୍ତ୍ତି ହେବା ଏବଂ ମୃତ୍ୟୁ ହେବାର ଆଶଙ୍କା ୯୦% କୁ ହ୍ରାସ ପାଇବ।
ଫାଇଜର ଦ୍ୱାରା ପ୍ରସ୍ତୁତ ଏହି କୋଭିଡ୍ -୧୯ ଆଣ୍ଟି-ଭାଇରାଲ୍ ବଟିକାର ବ୍ରାଣ୍ଡ ନାମ ହେଉଛି ପାକ୍ସଲୋଭିଡ୍, ଯାହା ଦିନକୁ ଦୁଇଥର ଦିଆଯାଇପାରିବ। ଫାଇଜର ଦ୍ୱାରା ଏହି ବଟିକା ସମୁଦାୟ ୧,୨୧୯ ଲୋକଙ୍କ ଉପରେ ପରୀକ୍ଷା କରାଯାଇଛି । ଏହି ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ମୋଟାପଣିଆ ଓ ଗୁରୁତର ରୋଗରେ ପୀଡିତ ଥିଲେ ଏବଂ ଅନେକ ବୟସ୍କ ବ୍ୟକ୍ତି ମଧ୍ୟ ଥିଲେ । ପରେ ଏହାକୁ ହଜାରେରୁ ଅଧିକ ଲୋକଙ୍କ ଉପରେ ପରୀକ୍ଷା କରାଯାଇ ମଙ୍ଗଳବାର ଏହି ତଥ୍ୟ ପ୍ରକାଶ କରିଛି ଫାଇଜର । ଫାଇଜରର ଏହି ଓରାଲ ଟାବଲେଟ୍ ନେଇଥିବା କୌଣସି ବ୍ୟକ୍ତି ଏଯାଏଁ ପ୍ରାଣ ହରାଇନଥିବା ଏହି କମ୍ପାନୀ ପକ୍ଷରୁ କୁହାଯାଇଛି ।