Odia News Portal

ଏସିଆଡ଼ରେ ଓଡ଼ିଆ ପୁଅ କିଶୋରଙ୍କୁ ରୌପ୍ୟ

ଓଡ଼ିଆ ପୁଅ କିଶୋର କୁମାର ଜେନା ଇତିହାସ ରଚିଛନ୍ତି  । ଏସିଆଡ଼ରେ କିଶୋର ରୌପ୍ୟ ପଦକ ହାସଲ କରିଛନ୍ତି  । ଯାହାକି ସାରା ଓଡ଼ିଶାରେ ଖୁସିର ଲହରୀ ଖେଳାଇ ଦେଇଛି  । ଜାଭେଲିନ ଥ୍ରୋରେ ସେ ୮୭.୫୪ ମିଟର ଫିଙ୍ଗ୍‌ି ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ  । ଅପରପକ୍ଷରେ ନୀରଜ ଚୋପ୍ରା ୮୮.୮୮ ମିଟରରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି  । କିଶୋର ନିଜର ଚତୁର୍ଥ ଥ୍ରୋରେ ରୌପ୍ୟ ଜିତିବାରେ ସଫଳ ହୋଇଥିଲେ  । ତାଙ୍କ କ୍ରୀଡ଼ା ଜୀବନର ଏହା ସର୍ବଶ୍ରେଷ୍ଠ ପ୍ରଦର୍ଶନ ଥିଲା  । କିଶୋର ପଦକ ପାଇବା ପରେ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି  ।