Odia News Portal

ଓଲଟିଲା ତୀର୍ଥଯାତ୍ରୀ ବସ୍ , ଏକାଧିକ ଆହତ

ଓଲଟିଲା ତୀର୍ଥଯାତ୍ରୀ ବସ୍ , ଏକାଧିକ ଆହତ ହୋଇଛନ୍ତି । ବସଟି କୋଲକାତାରୁ ଭୁବନେଶ୍ବର ଯାଉଥିବାବେଳେ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡିଥିଲା । ବାଲେଶ୍ବର ଶେରଗଡ଼ ରୟାଲ ହୋଟେଲ ସମ୍ମୁଖରେ ଦୁର୍ଘଟଣା ଘଟିଛି । ଖନ୍ତାପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ବସକୁ ଜବତ କରି ପୋଲିସ ଅଧିକ ତଦନ୍ତ କରୁଛି ।

ସେହିପରି ଗତ କିଛି ଦିନ ତଳେ ଜଗା ଦର୍ଶନ କରି ଫେରିବା ବେଳେ ଓଲଟିଲା ତୀର୍ଥଯାତ୍ରୀ ବସ । ଅଳ୍ପକେ ବର୍ତ୍ତିଲେ ତୀର୍ଥଯାତ୍ରୀ । ଡ୍ରାଇଭର ଆହତ ହୋଇଥିଲେ । ଢେଙ୍କାନାଳ ଏନ ଏଚ-୫୫ କୋରିଆଁ ଛକ ନିକଟସ୍ଥ ବ୍ରାହ୍ମଣୀ ଦେବୀ ମନ୍ଦିର ନିକଟରେ ଦୁର୍ଘଟଣା ଘଟିଥିଲା । ରାସ୍ତା ପର୍ଶ୍ଵରେ ଥିବା ବାଲି ଗଦା ଉପରେ ବସଟି ଚଢ଼ି ଯାଇଥିଲା । ଫଳରେ ବସଟି ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲା ।