Odia News Portal

କେମିକାଲ ଫାକ୍ଟ୍ରିରେ ନିଆଁ ଲାଗି ଦୁଇ ଜଣଙ୍କର ମୃତ୍ୟୁ

ଗୁଜୁରାଟର ପଞ୍ଚମହଲ ଜିଲ୍ଲାର ଗୁଗାମବାସ୍ଥିତ ଗୁଜୁରାଟ ଫ୍ଲୋରୋ କେମିକାଲ୍ସ ଲିମିଟେଡ କମ୍ପାନୀରେ ବିସ୍ଫୋରଣ ଘଟି ଦୁଇଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବା ସହିତ ରିଲିଫ ଓ ଉଦ୍ଧାର କାର୍ୟ୍ୟ ଜାରି ରହିଛି। ଘଟଣାସ୍ଥଳରେ ଉପସ୍ଥିତ ଥିବା ପୋଲିସ ଅଧିକାରୀଙ୍କ କହିବାନୁସାରେ, ୟୁନିଟ୍-୧ ରେଫ୍ରିଜିଂ ପ୍ଲାଣ୍ଟ ଭିତରେ ପ୍ରାୟ ୧୦ଟା ସମୟରେ ଅଗ୍ନିକାଣ୍ଡ ଘଟି ବିସ୍ଫୋରଣ ହୋଇଥିଲା ଜ୍ଝ ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହାର ଶବ୍ଦ ଅନେକ କିଲୋମିଟର ଦୂର ପର୍ୟ୍ୟନ୍ତ ଶୁଣାଯାଇଥିଲା ଜ୍ଝ
ଗଣମାଧ୍ୟମ ସହିତ କଥାବାର୍ତ୍ତା କରି ଜିଲ୍ଲାର ଏସପି ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି । ଆହତଙ୍କ ସଂଖ୍ୟା ସମ୍ପର୍କରେ ସୂଚନା ଦେବାବେଳେ ସେ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ତାଙ୍କ ପାଖରେ ଆହତଙ୍କ ସଂଖ୍ୟା ସମ୍ପର୍କରେ ସୂଚନା ନାହିଁ। ଯଦିଓ ଏପର୍ୟ୍ୟନ୍ତ ପ୍ରାୟ ୧୪ ଜଣ କର୍ମଚାରୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ଆହତ ହୋଇଥିବା ଅନ୍ୟ ତିନିଜଣ କର୍ମଚାରୀଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।