Odia News Portal

ଖୋର୍ଦ୍ଧାରୁ ବହୁଳ ପରିମାଣରେ ବ୍ରାଉନସୁଗାର ଜବତ

ଖୋର୍ଦ୍ଧା ସହରରୁ ବହୁଳ ପରିମାଣର ବ୍ରାଉନସୁଗାର ଜବତ । ସାମନ୍ତରାୟପୁରୁର ରାଜେନ୍ଦ୍ର ପୃଷ୍ଟିଙ୍କ ଘରେ ଚଢ଼ାଉ କରାଯିବା ସହିତ ବଜାର ଉପରେ ଥିବା ତାଙ୍କ ଦୋକାନରେ ଚଢ଼ାଉ କରାଯାଇ ବହୁଳ ପରିମାଣର ବ୍ରାଉନସୁଗାର ଜବତ କରାଯାଇଛି । ଜବତ ବ୍ରାଉନସୁଗାରର ମୂଲ୍ୟ ୨୫ ଲକ୍ଷରୁ ଅଧିକ ଟଙ୍କା ହେବ ।
ତାଙ୍କ ନିଜ ପରିବା ଦୋକାନରେ ରଖାଯାଇଥିବା ବ୍ରାଉନସୁଗାର ଏବଂ ଘରୁ ବିପୁଳ ପରିମାଣର ଜବତ କରିବା ସହିତ ଜଣକୁ ଗିରଫ କରିଛି ଅବକାରୀ ଫ୍ଲାଇଙ୍ଗସ ସ୍କ୍ୱାର୍ଡ । ତାସହିତ ନଗଦ ଟଙ୍କା ମଧ୍ୟ ଜବତ କରାଯାଇଛି । ତାଙ୍କ ଘର ଉପରେ ମଧ୍ୟ ଚଢ଼ାଉ ଜାରି ରହିଛି ।
ବିଶେଷ ସୂତ୍ରରୁ ଖବର ପାଇ କଟକ ଅବକାରୀ ବିଭାଗର କମିସିନର ଆଶିଷ ସିଂଙ୍କ ନିର୍ଦେଶରେ ଅବକାରୀ ବିଭାଗର ଫ୍ଲାଇଙ୍ଗସ ସ୍କ୍ୱାର୍ଡ ସୁପରିଟେଣ୍ଟ ଦେବାଶିଷ ପଟେଲ ତାଙ୍କ ଟିମ୍ ଚଢ଼ାଉ କରିଥିଲେ।