Odia News Portal

ଗଙ୍ଗାରେ ବିପିନ୍ ରାୱତ ଓ ତାଙ୍କ ସ୍ତ୍ରୀ ଙ୍କ ଅସ୍ଥି ବିସର୍ଜନ କଲେ ଦୁଇ ଝିଅ

ସିଡିଏସ ଜେନେରାଲ ବିପିନ ରାୱତ ଓ ମଧୁଲିକା ରାୱତଙ୍କ ଦୁଇ ଝିଅ କୃତ୍ତିକା ଓ ତାରିଣୀ ବାପା-ମା’ଙ୍କ ଅସ୍ଥି ଗଙ୍ଗାରେ ବିସର୍ଜନ କରିଛନ୍ତି। ଶନିବାର ସକାଳୁ ଦୁଇ ଝିଅ ବରାର ଶ୍ମଶାନ ଘାଟରୁ ବାପା-ମା’ଙ୍କ ଅସ୍ଥି ନେଇ ହରିଦ୍ୱାର ଯାଇଥିଲେ।

ଦେଶର ପ୍ରଥମ ସିଡିଏସ ବିପିନ ରାୱତ ନିଜ ପତ୍ନୀଙ୍କ ସହ ଶୁକ୍ରବାର ଦିନ ପଞ୍ଚଭୂତରେ ଲୀନ ହୋଇଛନ୍ତି। ରାଜକୀୟ ସମ୍ମାନ ସହ ଦିଲ୍ଲୀ କେଣ୍ଟରେ ସନ୍ଧ୍ୟା ୫ଟାରେ ରାୱତ ଓ ତାଙ୍କ ପତ୍ନୀଙ୍କୁ ଗୋଟିଏ ଚିତାରେ ଦୁଇ ଝିଅ ମୁଖାଗ୍ନି ଦେଲେ। ହିନ୍ଦୁ ଧର୍ମ ଅନୁଯାୟୀ ଅନ୍ତିମ ସଂସ୍କାର ରୀତିନୀତି ଅନୁସାରେ ସମ୍ପନ୍ନ ହେଲା।