Odia News Portal

ଜାତୀୟ କ୍ରୀଡା : ରୋଇଂରେ ଓଡ଼ିଶାକୁ ଦୁଇଟି ପଦକ

ଗୋଆରେ ଚାଲିଥିବା ୩୭ତମ ଜାତୀୟ କ୍ରୀଡାର ମହିଳା ରୋଇଂରେ ଓଡ଼ିଶାକୁ ଆଜି ଦୁଇଟି ପଦକ ମିଳିଛି। ଡବ୍ଲୁ୪ -ଏଫ୧ ଇଭେଣ୍ଟରେ ଓଡ଼ିଶାର ସଂଯୁକ୍ତା ଡୁଙ୍ଗଡୁଙ୍ଗ୍ , ସୁଇଟି, ଅଂଶିକା ଭାରତୀ ଓ ରେଶମା କୁମାରୀଙ୍କ ଟିମ୍ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ପୂର୍ବରୁ ରୋଇଂର ଡବ୍ଲୁ୨-ଏଫ୧ ଇଭେଣ୍ଟରେ ରିତୁ କାଉଡି ଓ ସୋନାଲି ସ୍ୱାଇଁଙ୍କ ଯୋଡ଼ି ବ୍ରୋଞ୍ଜ ପଦକ ଜିତିଥିଲେ।