Odia News Portal

ଜିରୋ ନାଇଟ୍ ସେଲିବ୍ରେସନ୍: ବାଜିବନି ବାଜା, ଫୁଟିବନି ବାଣ

ଆଉ ମାତ୍ର କେଇଘଣ୍ଟାର ଅପେକ୍ଷା । ସବୁ ପ୍ରତୀକ୍ଷାର ଘଟିବ ଅନ୍ତ । ସାରା ବିଶ୍ୱବାସୀ ୨୦୨୨କୁ ବିଦାୟ ଦେଇ ୨୦୨୩ ବର୍ଷକୁ ସ୍ୱାଗତ କରିବେ । ଏଥିପାଇଁ ସବୁ ମହଲରେ ଚାଲିଛି ପ୍ରସ୍ତୁତି ପର୍ବ । ତେବେ ଟ୍ୱିନସିଟିରେ ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ସହରୀବାସୀ ପ୍ରସ୍ତୁତି ଚଳାଇଥିବାବେଳେ ଏଥିରେ କଟକଣା ଲଗାଇଛି କମିଶନରେଟ୍ ପୋଲିସ ।ଚଳିତବର୍ଷ ଜିରୋ ନାଇଟ୍ ସେଲିବ୍ରେସନରେ ଡିଜେ ବାଜିବନି କି ବାଣ ଫୁଟିବନି ଏଥିପାଇଁ କଡ଼ା ନିର୍ଦ୍ଦେଶ ରହିଛି । ଏହି ସମୟରେ ଆଇନଶୃଙ୍ଖଳାକୁ ନିୟନ୍ତ୍ରଣରେ ରଖିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ୟାପକ ଫୋର୍ସ ମୁତୟନ କରିଛି । ଅପରପକ୍ଷରେ ଟ୍ୱିନସିଟିରେ ଥିବା ବିଭିନ୍ନ ହୋଟେଲରେ ଜିରୋ ନାଇଟ୍ ସେଲିବେସନ୍ ପାଇର୍ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବାବେଳେ ଏବେ ସମସ୍ତେ ଗ୍ରାହକଙ୍କ ଅପେକ୍ଷାରେ ରହିଛନ୍ତି । ନିରାଡ଼ମ୍ବର ଭାୋବ ଜିରୋନାଇଟ୍ ପାଳିବାକୁ ସବୁ ହୋଟେଲରେ ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଛି ।