ଝାରସୁଗୁଡାରେ ଏନକାଉଣ୍ଟର । ପୋଲିସ ଏନକାଉଣ୍ଟରରେ ୨ ଅପରାଧୀ ଆହତ । ଆହତ ଅପରାଧୀ ହେଲେ ସୁନୀଲ ମହାନନ୍ଦ ଓ ଚାନ୍ଦ ବନଛୋର । ଗତକାଲି ଝାରସୁଗୁଡା ବେଲପାହାଡ଼ ଫାଟକରେ ଭୁଜାଲି ମାଡ଼ରେ ଜଣଙ୍କ ମୃତ୍ୟୁ ଘଟଣାର ଏହି ଦୁଇ ଜଣ ମୁଖ୍ୟ ଅଭିଯୁକ୍ତ ଥିଲେ । ଗତକାଲି ଅଭିଯୁକ୍ତମାନେ ଏକ କାରରେ ଯାଉଥିଲେ । ସେହି ସମୟରେ ବାଇକ ଏବଂ ସ୍କୁଟିରେ ଯାଉଥିବା ରାହୁଲ ମହତ ଏବଂ ଆକାଶ ସାହୁଙ୍କ ସହ ବେଲପାହାଡ ଫାଟକ ନିକଟ ଗାନ୍ଧୀନଗରରେ ଦୁର୍ଘଟଣା ହୋଇଥିଲା । ଏହାପରେ ପାଟି ତୁଣ୍ଡ ହେବାରୁ ଅଭିଯୁକ୍ତ ଚାନ୍ଦ ବନଛୋର ଏବଂ ବାବୁ ବନଛୋର ସେମାନଙ୍କୁ ଆକ୍ରମଣ କରିଥିଲେ । ଭୁଜାଲି ମାଡ଼ରେ ଜଣଙ୍କର ମୃତ୍ୟୁ ଘଟିଥିଲା। ପୂର୍ବରୁ ମୃତ୍ୟୁ ଘଟଣାରେ ୩ ଅଭିଯୁକ୍ତ ଅଟକ ଥିଲେ । ମାମଲାରେ ସମ୍ପୃକ୍ତ ୨ମୁଖ୍ୟ ଅଭିଯୁକ୍ତ ସୁନୀଲ ମହାନନ୍ଦ ଓ ଚାନ୍ଦ ବନଛୋର ଫେରାର ରହିଥିଲେ । ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲା । ଆଜି ସକାଳୁ ଖବରପାଇ ପୋଲିସ ଉଭୟଙ୍କୁ ଗିରଫ ପାଇଁ ଯାଇଥିବା ବେଳେ ପୋଲିସ ଉପରକୁ ୪ରାଉଣ୍ଡ ଗୁଳିଚାଳନା କରିଥିଲେ ଅଭିଯୁକ୍ତ । ପୋଲିସର ପାଲଟା ଗୁଳିମାଡ଼ରେ ୨ ଜଣ ଆହତ ହୋଇଛନ୍ତି । ଦୁଇ ଅଭିଯୁକ୍ତଙ୍କ ଜଙ୍ଘରେ ଗୁଳି ବାଜିଥିବା ନେଇ ସୂଚନା ଦେଇଛନ୍ତି ବେଲପାହାଡ଼ ଆଇ.ଆଇ.ସି.। ଆହତ ଦୁଇ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଉଭୟଙ୍କ ନାଁରେ ସମ୍ବଲପୁର ଓ ବୁର୍ଲାରେ ଏକାଧିକ ମାମଲା ରହିଛି ।
