Odia News Portal

ଡରାଉଛି ଓମିକ୍ରନ ବିଶ୍ୱବ୍ୟାପି ଆତଙ୍କ

ମାଡ଼ି ଚାଲିଛି ଓମିକ୍ରନ । ବିଶ୍ୱବ୍ୟାପୀ ସୃଷ୍ଟି ହୋଇଛି ଆତଙ୍କ । ବ୍ରିଟେନରେ ଡେଲଟା ଷ୍ଟ୍ରେନ ତୁଳନାରେ ଅତି କ୍ଷୀପ୍ର ଗତିରେ ସଂକ୍ରମଣ କରୁଛି ଓମିକ୍ରନ । କିଛି ଦିନ ମଧ୍ୟରେ ଦେଶରେ ଆହୁରି ଓମିକ୍ରନ କେସ ବଢ଼ିବ । ଲଣ୍ଡନ ସ୍କୁଲ ଅଫ ହାଇଜିନ ଆଣ୍ଡ ଟ୍ରପିକାଲ ମେଡିସିନ ପକ୍ଷରୁ ଏକ ଅନୁଧ୍ୟାନରୁ ଏହା ଜଣାପଡ଼ିଛି ଯେ ଆସନ୍ତା ଜାନୁଆରୀ ସୁଦ୍ଧା ଓମିକ୍ରନ କେସ ଭୟାବହ ସ୍ଥିତିରେ ପହଞ୍ଚିବ ।

ବର୍ତ୍ତମାନ ସୁଦ୍ଧା ବିଶ୍ୱର ୫୯ଟି ଦେଶକୁ ଓମିକ୍ରନ ମାଡ଼ିଲାଣି । କୋଭିଡର ଅନ୍ୟ ଭାରିଆଣ୍ଟ ତୁଳନାରେ ଓମିକ୍ରନ ସଂକ୍ରମଣ ଆରମ୍ଭରୁ ଲୋକଙ୍କ ପ୍ରତିରୋଧକ ଶକ୍ତିକୁ ଅଧିକ ମାତ୍ ଦେଉଛି । ଏହା ଦ୍ୱାରା ବିଟା ଓ ଡେଲଟା ଭାରିଆଣ୍ଟ ତୁଳନାରେ ଅନ୍ୟୂନ ତିନିଗୁଣା ଅଧିକ ପୁନଃସଂକ୍ରମଣ ହେଉଥିବା ମଧ୍ୟ ଅନ୍ୟ ଏକ ଅଧ୍ୟୟନରୁ ଜଣାପଡ଼ିଛି ।