ତୁର୍କେଲ ବ୍ରିଜ ରାଜନୀତି: ସରକାରଙ୍କ ଉପରେ ବର୍ଷିଲେ ଭକ୍ତ, ମନ୍ତ୍ରୀଙ୍କୁ ଘେରାଉ କରିବାକୁ ଚେତାବନୀ By Swadhikar News Last updated May 13, 2026 କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ଜୀବନରେଖା କୁହାଯାଉଥିବା ତୁର୍କେଲ ପୋଲକୁ ନେଇ ରାଜନୀତି ସରଗରମ । ପ୍ରଶାସନର ମିଥ୍ୟା ପ୍ରତିଶ୍ରୁତି ଏବଂ ବିଳମ୍ବିତ ନିର୍ମାଣ କାର୍ଯ୍ୟ ବିରୋଧରେ କଂଗ୍ରେସ ୧୭ ଦିନ ହେଲା ଅହୋରାତ୍ର ଧାରଣାରେ ବସିଛି । କଂଗ୍ରେସର ଏହା ଆନ୍ଦୋଳନରେ ଗତକାଲି(ମଙ୍ଗଳବାର) ପିସିସି ସଭାପତି ଭକ୍ତ ଚରଣ ଦାସ ସାମିଲ ହୋଇଥିବା ବେଳେ ସରକାର ଓ ବିଭାଗୀୟ ମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି । ବାରମ୍ୱାର କହିବା ସତ୍ତ୍ବେ ମଧ୍ୟ ବିଭାଗୀୟ ମନ୍ତ୍ରୀ ଦାବି ପୂରଣ କରୁନଥିବା ବେଳେ ଆସନ୍ତା ଦିନର କଳାହାଣ୍ଡିରେ ମନ୍ତ୍ରୀଙ୍କୁ ଘେରାଉ କରିବା ନେଇ ଚେତାବନୀ ଦେଇଛନ୍ତି ।ଏନେଇ ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, ‘ତୁର୍କେଲ ବ୍ରିଜ୍ ପାଇଁ ଆଜକୁ ୧୫ ଦିନ ହେଲା ସଦର ବିଧାୟକ ଓ ସଦର ନିର୍ବାଚନ ମଣ୍ଡଳୀର ସମସ୍ତ ନେତା ମାନେ ଧାରଣାରେ ବସିଛନ୍ତି । ୮ ମାସ ହୋଇଗଲା ବ୍ରିଜ୍ ଦବିକି ଲୋକଙ୍କ ଗମନାଗମନ ହୋଇପାରୁନାହିଁ । ରାଜନୀତି କରିକି ସେ ବ୍ରିଜ୍ କାମ କରାଇ ଦେଉନାହାନ୍ତି । ରାଜ୍ୟର ବିଜେପିର ସରକାର ଅଛି ଓ ଭବାନୀପାଟଣାରେ ବିରୋଧୀ ଦଳ କଂଗ୍ରେସ ବିଧାୟକ ସାଗର ଚରଣ ଦାସ ଅଛନ୍ତି । ତେଣୁ କରି ସରକାର କରିବା ପାଇଁ ଚାହୁଁନାହାନ୍ତି ।’ସେ ଆହୁରି କହିଛନ୍ତି ଯେ, ବିକାଶର କଥା କହି ସରକାରକୁ ଆସିବା ପରେ ୧୭ କୋଟି ଟଙ୍କା ଅନୁଦାନ ଦେଲେ ବ୍ରିଜ୍ କାମ ହେବ ଲୋକେ ଜିଲ୍ଲା ମୁଖ୍ୟାଳୟ ସହିତ ଯୋଗାଯୋଗ କରି ପାରିବେ ତାହା ମଧ୍ଯ ଏ ସରକାର କରି ପାରୁନାହାନ୍ତି । ଯଦି ଏହି ବ୍ରିଜ କାମ ନ କରନ୍ତି ତେବେ କଳାହାଣ୍ଡି କଂଗ୍ରେସ୍ ସମସ୍ତ ନେତାଙ୍କୁ ଘେରାଉ କରିବ । ଯେ କୌଣସି ମନ୍ତ୍ରୀ ଆସିବେ ଆନ୍ଦୋଳନ ଛାଡିକି ତାଙ୍କୁ ଘେରାଉ କରାଯିବ ବୋଲି କହିଛନ୍ତି ।ଗତ ସେପ୍ଟେମ୍ବର ୨୭ ତାରିଖରେ ପ୍ରବଳ ବର୍ଷା ଯୋଗୁଁ ଭବାନୀପାଟଣାରୁ ନୂଆପଡ଼ା ଜିଲ୍ଲାକୁ ସଂଯୋଗ କରୁଥିବା ତୁର୍କେଲ ତେଲନଦୀ ବ୍ରିଜ ଗୋଟିଏ ପଟେ ଦବିଯିବା ଯାଇଥିଲା । ଏଥିପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଅକ୍ଟୋବର ୬ରେ ବ୍ରିଜ ଉପରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା । ହେଲେ ଆଜକୁ 8 ମାସ ହେଲାଣି ପୋଲ ମରାମତି ନ ହେବା କାରଣରୁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯାହାକୁ ନେଇ ପୁର୍ବରୁ କଂଗ୍ରେସର ୧୧ ଦିନ ଧରି ବ୍ରିଜ ନିକଟରେ ଅହୋରାତ୍ର ଧାରଣାରେ ବସିଥିଲା । ପରେ ଜିଲ୍ଲା ପ୍ରଶାସନ ୧୫ ଦିନ ମଧ୍ୟରେ ପୋଲ ମରାମତି ଓ ଆପ୍ରୋଚ ରାସ୍ତା ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେବା ପରେ କଂଗ୍ରେସ ଆନ୍ଦୋଳନରୁ ଓହରିଥିଲା । ହେଲେ ଦୀର୍ଘ ଦିନ ବିତି ଗଲାପରେ ମଧ୍ୟ ଜିଲ୍ଲା ପ୍ରଶାସନ କିମ୍ବା ସରକାର ଲୋକଙ୍କ ଦାବିକୁ ନ ଶୁଣିବାରୁ ପୁଣି ଥରେ କଂଗ୍ରେସ୍ ଗତ ୧୭ ଦିନ ହେଲା ଅହୋରାତ୍ର ଧାରଣା ଦେଇଛି । swadhikarswadhikar news Share