Odia News Portal

ତୃତୀୟ ଶ୍ରେଣୀ ନାବାଳିକାଙ୍କୁ ଦୁଷ୍କର୍ମ କରି ବନ୍ଧା ହେଲେ ଅଭିଯୋଗ

ନାବାଳିକାଙ୍କୁ ନାବାଳକଙ୍କ ଦୁଷ୍କର୍ମ । ତୃତୀୟ ଶ୍ରେଣୀ ନାବାଳିକାଙ୍କୁ ଦୁଷ୍କର୍ମ କରି ବନ୍ଧା ହେଲେ ଦଶମ ଶ୍ରେଣୀ ନାବାଳକ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରେ ।
ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍ ନଦିଗାଁ ଅଞ୍ଚଳର ଜଣେ ନାବାଳିକା ଖେଳୁଥିବା ବେଳେ ସେହି ଅଞ୍ଚଳର ଜଣେ ନାବାଳକ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ନାବାଳିକାଙ୍କ ପରିବାର ପକ୍ଷରୁ ସୋର ଥାନାରେ ଅଭିଯୋଗ ପରେ ସୋର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଉଭୟଙ୍କ ଡାକ୍ତରୀମାଇନା କରିବା ପରେ ନାବାଳକ ଜଣଙ୍କୁ ଗିରଫ କରି କୋର୍ଟରେ ହାଜର କରିବା ପରେ ଅନୁଗୋଳରେ ଥିବା ସୁଧାରଗୃହକୁ ପଠାଇଛନ୍ତି