Odia News Portal

ଦୁଇ ଦିନିଆ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମିଳନୀ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଆଜିଠାରୁ ଭୁବନେଶ୍ୱରରେ ୬୩ତମ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମ୍ମିଳନୀ ଆରମ୍ଭ ହେଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ଦିନିଆ ସମ୍ମିଳନୀକୁ ଉଦଘାଟନ କରିବେ । ଅପରାହ୍ନ ୩ଟାରେ ସମ୍ମିଳନୀ ଉଦଘାଟିତ ହେବ । ଏଥିରେ ସମସ୍ତ ଏସପି, ସଶସ୍ତ୍ର ବାହିନୀର କମାଣ୍ଡାଂଟ୍ ଯୋଗଦେବେ । ଅତିରିକ୍ତ ଡିଜି, ରେଂଜ୍ ଆଇଜି ଓ ଡିଆଇଜିମାନେ ବି ସମ୍ମିଲନୀରେ ଯୋଗ ଦେବେ ।