Odia News Portal

ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୬୧ କୁ ବୃଦ୍ଧି

ଭାରତରେ ଦିନକୁ ଦିନ ବଢିଚାଲିଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ମହାରଷ୍ଟ୍ରରୁ ୮ ଜଣ ମୁମ୍ବାଇରୁ କେବଳ ୭ ଜଣ ହୋଇଥିବା ବେଳେ ଭାସନୀ ବିହାରରୁ ଜଣେ ବୋଲି ଜଣାପଡ଼ିଛି। ୮ ଜଣଙ୍କ ମଧ୍ୟରୁ ୩ ଜଣ ମହିଳା ଏବଂ ୫ ଜଣ ପୁରୁଷ । ସମସ୍ତଙ୍କ ବୟସ ୨୪ରୁ ୪୧ ମଧ୍ୟରେ । ୩ ଜଣ ସଂକ୍ରମିତଙ୍କ ଠାରେ ଲକ୍ଷଣ ବିହୀନ ଥିବା ବେଳେ ୫ ଜଣଙ୍କ ଠାରେ ସାମାନ୍ୟ ଲକ୍ଷଣ ଦେଖାଦେଇଛି ।
ଜଣେ ସଂକ୍ରମିତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଛଅ ଜଣ ହୋମ ଆଇସୋଲେସନରେ ଅଛନ୍ତି । ସମସ୍ତ ପଜିଟିଭଙ୍କ କୌଣସି ବିଦେଶ ଗସ୍ତର ସୂଚନା ମିଳିନାହିଁ । ମହାରାଷ୍ଟ୍ରରେ ଏବେ ସୁଦ୍ଧା ୨୮ ଜଣ ଓମିକ୍ରନ ସଂକ୍ରମିତ ହୋଇଛନ୍ତି ।
ଏହାକୁ ମିଶାଇ ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୩କୁ ବୃଦ୍ଧି ପାଇଛି । ଗୁଜୁରାଟ, ରାଜସ୍ଥାନ, କର୍ଣ୍ଣାଟକ, ଆନ୍ଧ୍ର ଓ କେରଳ ସମେତ ଦୁଇ କେନ୍ଦ୍ର ଶାସିତ ଅଞ୍ଚଳ ଦିଲ୍ଲୀ ଓ ଚଣ୍ଡୀଗଡରେ ଓମିକ୍ରନ କେସ ଚିହ୍ନଟ ହୋଇଛି ।