Odia News Portal

ନିର୍ବାଚନ ପୂର୍ବରୁ ଡିଜିପିଙ୍କ ମାଲକାନଗିରି ଗସ୍ତ, ସୁରକ୍ଷା ସ୍ଥିତିର ସମୀକ୍ଷା

ନିର୍ବାଚନ ପୂର୍ବରୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ମାଲକାନଗିରି ଜିଲ୍ଲା ଗସ୍ତ କରି ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଡିଜିପି ଅରୁଣ କୁମାର ଷଡ଼ଙ୍ଗୀ ଆଜି ମାଲକାନଗିରି ଜିଲ୍ଲା ଗସ୍ତରେ ଯାଇ ସ୍ବାଭିମାନ ଅଞ୍ଚଳରେ ବିଏସଏଫ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ମାଓ ମୁକାବିଲା ନେଇ ବିଏସଏଫ ଅଧିକାରୀ ଓ ଏସ୍‌ପିଙ୍କ ସହ ଆଲୋଚନା କରିଛନ୍ତି ଡିଜିପି ।

ପୋଲିସ ଡିଜି ଅରୁଣ କୁମାର ଷଡ଼ଙ୍ଗୀ ୪ଟି ଜିଲ୍ଲାର ଏସ୍‌ପି, ଡିଆଇଜି ଓ ବିଏସଏଫ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ସ୍ଵାଭିମାନ ଅଞ୍ଚଳର ଗୋରାସେତୁରେ ସେ ସ୍ଥିତି ଅନୁଧ୍ୟାନ କରିଥିଲେ। ମାଲକାନଗିରି ଏସ୍‌ପିଙ୍କ କାର୍ଯ୍ୟାଳୟରେ ରୁଦ୍ଧଦ୍ବାର ବୈଠକ କରିଥିଲେ ଡିଜିପି । ବୈଠକରେ ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ, ଡିଆଇଜି ଗୁଇନ୍ଦା, ଡିଆଇଜି ଉପସ୍ଥିତ ଥିଲେ। ଦେଢ଼ ବର୍ଷ ହେଲା ମାଲକାନଗିରିରେ ମାଓବାଦୀଙ୍କ ଦେଖା ନାହିଁ । ତଥାପି ଜିଲ୍ଲା ଉପରେ ବିଶେଷ ନଜର ରଖାଯାଇଛି ବୋଲି ଡିଜିପି କହିଛନ୍ତି।