Odia News Portal

ପଞ୍ଚଭୂତରେ ବିଲୀନ ହେଲା ବିପିନ ରାୱତଙ୍କ ମର ଶରୀର

ସାମରିକ ମର୍ୟ୍ୟାଦା ସହ ବୀର ପୁତ୍ରଙ୍କୁ ଅନ୍ତିମ ବିଦାୟ ଦେଲା ଦେଶ । ପଞ୍ଚଭୂତରେ ଲୀନ ହେଲା ଭାରତର ପ୍ରଥମ ସିଡିଏସ୍ ଜେନେରାଲ ବିପିନ୍ ରାଓ୍ଵତଙ୍କ ମର ଶରୀର । ମୁଖାଗ୍ନି ଦେଲେ ଜେନେରାଲ ରାଓ୍ଵତଙ୍କ ଦୁଇ ଝିଅ କ୍ରିତିକା ଓ ତାରିଣୀ । ଜେନେରାଲ ରାଓ୍ଵତଙ୍କ ଶେଷକୃତ୍ୟ ପାଇଁ ତାଙ୍କ ମୂଳ ୟୁନିଟ୍ ୫/୧୧ ଗୋର୍ଖା ସମସ୍ତ ବନ୍ଦୋବସ୍ତ କରାଯାଇଥିଲା।
ଶୋଭାଯାତ୍ରା ପୂର୍ବରୁ ଦେଶର ସର୍ବୋଚ୍ଚ ସେନାପତିଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ତାଙ୍କ ବାସଭବନକୁ ଲାଗିଥିଲା ଲମ୍ବା ଧାଡ଼ି । ପହଞ୍ଚି ଥିଲେ ରାଜନେତା, ସେନା ଅଧିକାରୀ ଓ ସାଧାରଣ ଲୋକ । ତିନି ସେନାର ମୁଖ୍ୟ, ଏନଏସ୍ଏ ଅଜିତ ଡୋଭାଲ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ପ୍ରଧାନ ବିଚାରପତି ଜଷ୍ଟିସ୍ ଏନଭି ରମଣା, ଅନେକ ମନ୍ତ୍ରୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା, ରାହୁଲ ଗାନ୍ଧୀ ପ୍ରମୁଖ ଅନ୍ତିମ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।