Odia News Portal

ପଦ୍ମ ପୁରସ୍କାର ୨୦୨୨ ନାମାଙ୍କନ ଭରିବାର ଆଜି ଶେଷ ତାରିଖ

ଭୁବନେଶ୍ୱର: ଶ୍ରେଷ୍ଠ ପୁରସ୍କାର ପଦ୍ମ ପୁରସ୍କାର ୨୦୨୨ର ନାମାଙ୍କନ ଭରିବାର ଆଜି ହେଉଛି ଶେଷ ତାରିଖ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ପଦ୍ମ ପୁରସ୍କାର ପାଇଁ ନାମାଙ୍କନ ଏବଂ ସୁପାରିଶ କେବଳ ପଦ୍ମ ପୁରସ୍କାର ପୋର୍ଟାଲ www.padmaawards.gov.in ରେ ହିଁ କରି ପାରିବେ । ପଦ୍ମ ପୁରସ୍କାର ପଦ୍ମଭୂଷଣ, ପଦ୍ମବିଭୂଷଣ ଏବଂ ପଦ୍ମଶ୍ରୀଙ୍କୁ 2022 ଗଣତନ୍ତ୍ର ଦିବସ ଅବସରରେ ଘୋଷଣା କରାଯିବ ।

ସମାଜର ସମସ୍ତ ଦକ୍ଷ ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ କେନ୍ଦ୍ର ପକ୍ଷରୁ ଅନୁରୋଧ କରାଯାଇଛି । ଯେଉଁମାନଙ୍କର ଯାହାର ଉତ୍କର୍ଷତା ଏବଂ ସଫଳତା ପ୍ରକୃତରେ ରହିଛି । ଦେଶର ମହିଳା, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ବିଭାଜିତ ବ୍ୟକ୍ତି ଏବଂ ଯେଉଁମାନେ ସମାଜ ପାଇଁ ନିଃସ୍ୱାର୍ଥପର ସେବା କରୁଛନ୍ତି ସେମାନେ ଏହି ପୁରସ୍କାର ପାଇଁ ଯୋଗ୍ୟ ଅଟନ୍ତି ।