‘ବଙ୍ଗାଳ ବିଜୟ.. ବିଜେପିର ବିଜୟ ନୁହେଁ କି ମମତା ବାନାର୍ଜୀଙ୍କ ପରାଜୟ ନୁହେଁ l ବିଗତ 100 ବର୍ଷ ଭିତରେ ବଙ୍ଗୀୟ ଲୋକଙ୍କ ମନ ଭିତରର ବେଦନାର ପରିପ୍ରକାଶ ।’ ଗତକାଲି(ଶନିବାର) ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳକୁ ନେଇ ପ୍ରତିକ୍ରିୟାରେ ଏହା କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ।ପଶ୍ଚିମବଙ୍ଗରେ ବିଜେପି ସରକାର, କଣ କହିଲେ ଧର୍ମେନ୍ଦ୍ର ପ୍ରଧାନ ?କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହୁରି କହିଛନ୍ତି, ‘ଆଜି ବଙ୍ଗୀୟ ସମାଜ ନିଜର ମନର କଥାକୁ ପରିପ୍ରକାଶ କରିଛି l ବଙ୍ଗୀୟ ଜନତା ଅନୁପ୍ରବେଶ କାରୀଙ୍କ ବିରୋଧରେ ମତଦାନ କରିଛି, ସ୍ୱାବଲମ୍ବନ ପାଇଁ, ବେରୋଜଗାରୀ ବିରୋଧରେ ତଥା ମହିଳା ସୁରକ୍ଷା ପାଇଁ ମତ ଦେଇଛନ୍ତି l’ସେ ଆହୁରି କହିଛନ୍ତି, ‘ପଶ୍ଚିମବଙ୍ଗ ସମାଜ ଗୋଟିଏ ସୁସଂସ୍କୃତ ତଥା ଦୂରଦ୍ରଷ୍ଟା ସମାଜ l ଆଜି ପଶ୍ଚିମବଙ୍ଗବାସୀ ଠିକ୍ ସମୟରେ ସଠିକ୍ ନିଷ୍ପତ୍ତି ନେଇଛନ୍ତି l ଏହାର ପ୍ରଭାବ ଦେଶସାରା ପଡିବ l ଆଜି ଆମ ମନ ଭିତରେ ସନ୍ତୋଷ ଅଛି ଯେ ଭାରତୀୟ ଜନତା ପାର୍ଟିର ମୂଳ ବିଚାରକ ତଥା ନେତା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବିଚାର ଧାରା ଆଜି ତାଙ୍କ ନିଜ ମାତୃଭୂମିରେ ସେବା କରିବାର ଅବସର ପାଇବ l’‘ଡବଲ ଇଞ୍ଜିନ ସରକାର ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତାଧିନ ସରକାର ଏବଂ ଶୁଭେନ୍ଦୁ ଅଧିକାରୀଙ୍କ ସରକାର ବଙ୍ଗ ମାଟିରେ ଲୋକଙ୍କ ସେବା କରିବା ପାଇଁ ଜନ୍ମ ନେଇଛି l ରବିନ୍ଦ୍ରନାଥ ଟେଗୋରଙ୍କ ଜନ୍ମ ଦିନ ଅବସରରେ ବଙ୍ଗାଳରେ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ନୂତନ ସରକାର ହୋଇଛି l’ ଏଥିପାଇଁ ସମସ୍ତ ବଙ୍ଗାଳବାସୀଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l
