Odia News Portal

ପଶ୍ଚିମ ଓଡିଶାରେ ଗଣପର୍ବ ନୂଆଖାଇ ପାଇଁ ଆଜି ଶୁଭ ଲଗ୍ନ ନିର୍ଘଣ୍ଟ

ନୁଆଖାଇ ଭାରତର ଏକ ଆଞ୍ଚଳିକ ପର୍ବ ଅଟେ। ଏହା ପ୍ରାୟତ ଅଗଷ୍ଟ କିମ୍ବା ସେପ୍ଟେମ୍ବର ମାସରେ ପଡେ । ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ପାଇଁ ଆଜି ଶୁଭ ଲଗ୍ନ ନିର୍ଘଣ୍ଟ । ପରମ୍ପରା ଅନୁଯାୟୀ ଜନ୍ମାଷ୍ଟମୀ ପର ଦିନ ନୂଆଖାଇ ଲଗ୍ନ ନିର୍ଘଣ୍ଟ ହୁଏ । ପଶ୍ଚିମ ଓଡ଼ିଶାର ସର୍ବ ପୁରାତନ ବ୍ରହ୍ମପୁର ମନ୍ଦିରରେ ଲଗ୍ନ ନିର୍ଦ୍ଧାରଣ ହୁଏ । ଆଜି ସଂଧ୍ୟ୍ୟା ୫ଟାରେ ଲଗ୍ନ ନିର୍ଦ୍ଧାରଣ ହେବ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ।

ଏହା ଓଡିଶାବାସୀଙ୍କ ଏକ କୃଷି ପର୍ବ । ଏହି ପର୍ବ ସାରା ରାଜ୍ୟରେ ପାଳନ କରାଯାଏ, କିନ୍ତୁ ପଶ୍ଚିମ ଓଡିଶାର ଜୀବନ ଏବଂ ସଂସ୍କୃତିରେ ଏହା ବିଶେଷ ଗୁରୁତ୍ୱପୂର୍ଣ୍ଣ । ଏହାକୁ ନୂଆଖାଇ ପରବ ବା ନୂଆଖାଇ ଭେଟଘାଟ ମଧ୍ୟ କୁହାଯାଉ । ‘ନୁଆ’ ଶବ୍ଦର ଅର୍ଥ ହେଉଛି ‘ନୂତନ’ ଏବଂ ଖାଇର ଅର୍ଥ ହେଉଛି ଖାଦ୍ୟ, ତେଣୁ ଚାଉଳ ଫସଲ ସଂଗ୍ରହକୁ ପାଳନ କରିବା ପାଇଁ ଏହା ଏକ ଅମଳ ପର୍ବ।

ପୂର୍ବ ଉପକୂଳବର୍ତ୍ତୀ ଅଞ୍ଚଳରେ, ନୁଆଖାଇ ପରିବର୍ତ୍ତେ ନବାନ୍ନ ପର୍ବ ପାଳନ କରାଯାଏ । ଏହି ପର୍ବ ଦିନର ଏକ ନିର୍ଦ୍ଦିଷ୍ଟ ସମୟରେ ପାଳନ କରାଯାଏ ଯାହାକୁ ଲଗ୍ନ ନିର୍ଘଣ୍ଟ ବୋଲି କୁହାଯାଏ । ପ୍ରାୟ ୩୦୦୦ ବର୍ଷ ପୂର୍ବେ ନୁଆଖାଇ ବୈଦିକ ସମୟରୁ ଆରମ୍ଭ ହୋଇଥିବାର ଅନୁମାନ କରାଯାଏ ।