Odia News Portal

ବହୁତ ଶୀଘ୍ର ବ୍ୟାପୁଛି ଭାଇରସ୍ ଓମିକ୍ରନ

ଶୀଘ୍ର ବ୍ୟାପୁଛି କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନ । ମାତ୍ର ସଂକ୍ରମିତଙ୍କୁ ବେଶି ଗୁରୁତର କରୁନାହିଁ। ଏପରି ରିପୋର୍ଟ ଦେଇଛି ଡଐଙ । ଓମିକ୍ରନ ଟିକାର ପ୍ରଭାବ କମାଇ ଦେଉଛି। ଟିକା ନେଇଥିବା ବ୍ୟକ୍ତି ମଧ୍ୟ ଏଥିରେ ସଂକ୍ରମିତ ହୋଉଛନ୍ତି। ମାତ୍ର ସେତେଟା ଗୁରୁତର ହେଉନାହାନ୍ତି। ପ୍ରାଥମିକ ରିପୋର୍ଟରୁ ମିଳିଥିବା ତଥ୍ୟ ଅନୁଯାୟୀ ଏହା ସଂକ୍ରମିତଙ୍କ ଶରୀରରେ ଗମ୍ଭୀର ଲକ୍ଷଣ ସୃଷ୍ଟି କରୁନଥିବା ଡବ୍ଲ୍ୟୁଏଚଓ କହିଛି। ଓମିକ୍ରନ ଭାରିଆଣ୍ଟ ୬୩ଟି ଦେଶକୁ ବ୍ୟାପି ସାରିଲାଣି।
ଦକ୍ଷିଣ ଆଫ୍ରିକାର ଯେଉଁ ସବୁ ଅଞ୍ଚଳରେ ଡେଲଟା ପ୍ରଭାବ ଦେଖାଇ ପାରିନଥିଲା ସେଠାରେ ଓମିକ୍ରନ ପ୍ରଭାବ ବିସ୍ତାର କରିଛି। ଡେଲଟା ତୁଳନାରେ ଓମିକ୍ରନ ଗୋଷ୍ଠୀ ସଂକ୍ରମଣ ଅଧିକ ହେଉଛି। ମାତ୍ର ରୋଗୀ ଗୁରୁତର ହେବାର ସଂଖ୍ୟା ଡେଲଟା ତୂଳନାରେ ଅନେକ ଗୁଣରେ କମ୍ ବୋଲି କହିଛି ଡଐଙ । ଏପଟେ ଭାରତରେ ବଢୁଛି ଓମିକ୍ରନ କେସ୍। ସୁରଟରେ ଜଣେ ଓ ମହାରାଷ୍ଟ୍ରରେ ୨ଜଣ ଓମିକ୍ରନ ଭାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪୧ରେ ପହଞ୍ଚିଛି।