Odia News Portal

ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ମିଳିଲା ଅଜଣା ବ୍ୟାଗ ପୋଲିସ୍ କୁକୁର କରୁଛି ଯାଂଚ

ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଦେଖିବାକୁ ମିଳିଲା କଡ଼ା ଚେକିଂ । ପୋଲିସ୍ କର୍ମଚାରୀମାନେ ସନ୍ଧାନୀ କୁକୁର ଧରି ପହଞ୍ଚିଗଲେ । କୁକୁରଟି ସୁଙ୍ଘି ସୁଙ୍ଘି କିଛି ଖୋଜୁଥିଲା । ପରେ ଏକ ଜରି ବ୍ୟାଗ ପାଖରେ ପହଞ୍ଚିଲା । ଯାହାକୁ ପୋଲିସ ଜବତ କରିଛି । ଟର୍ମିନାଲ-୧ରେ ଏହି ଘଟଣା ଘଟିଛି । ସନ୍ଦେହଜନକ ଅବସ୍ଥାରେ ଏହି ଜରି ବ୍ୟାଗ ମିଳିବା ପରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ତେବେ ଯାଞ୍ଚ ପରେ ଏହି ବ୍ୟାଗ୍ରେ ସେମିତି କିଛି ମାରାତ୍ମକ ଜିନିଷ ନଥିବା ଜଣାପଡ଼ିଛି । କେହି ଜଣେ ସେହି ବ୍ୟାଗରେ ତାର ଖାଇବା ଜିନିଷ ଛାଡ଼ି ଚାଲି ଯାଇଥିଲେ । ଅବଶ୍ୟ ବର୍ତ୍ତମାନର ପରିସ୍ଥିତି ଦୃଷ୍ଟିରୁ ପ୍ରଥମେ ଏହାକୁ କେହି ନଛୁଇଁ ସନ୍ଧାନୀ କୁକୁର ଦ୍ୱାରା ପୋଲିସ୍ ଯାଞ୍ଚ କରିଥିଲା । କାଳେ ଏହାକୁ ନେଇ ଯାତ୍ରୀମାନେ ଭୟଭୀତ ହୋଇଯିବେ ସେ ଦିଗ ପ୍ରତି ମଧ୍ୟ ଦୃଷ୍ଟି ଦିଆଯାଇଥିଲା ।