Odia News Portal

ବିନା ଭକ୍ତରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା

ପୁରୀ: ଚଳିତ ବର୍ଷ ବିନା ଭକ୍ତରେ କରାଯିବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ।ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ ।ରାଜ୍ୟରେ ବର୍ତମାନ କରୋନା ପରିସ୍ଥିତି ଭୟଙ୍କର ରୂପ ଧାରଣ କରିଥିବା ସମୟରେ କଟକଣା ଭିତରେ ସଂକ୍ରମଣ ମୁକ୍ତ ଭାବେ ମହାପ୍ରଭୁଙ୍କ ଚନ୍ଦନଯାତ୍ରା ଶ୍ରୀମନ୍ଦିର ପ୍ରଶାସନ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ସାମ୍ନାକୁ ଆସିଛ ।ତେବେ ମହାପ୍ରଭୁଙ୍କ ଚନ୍ଦନଯାତ୍ରା କିପରି ସୁରୁଖୁରୁରେ ଶେଷ ହେବ ସେ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି ।

ଅନ୍ୟପକ୍ଷେ ଚନ୍ଦନ ଯାତ୍ରା ନିମନ୍ତେ ନରେନ୍ଦ୍ର ପୁଷ୍କରିଣୀ ସାଜସଜା କାମକୁ ଜୋରଦାର କରାଯାଇଥିବା ବେଳେ ବଡ଼ ଦାଣ୍ଡରେ ଠାକୁର ରହିବା ପାଇଁ ବିଭିନ୍ନ ସ୍ଥାନରେ ଚାଂଛି ବାନ୍ଧିବା ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିପାଇଁ ବିନା ଭକ୍ତରେ ଚନ୍ଦନଯାତ୍ରା କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତି ନେଇଥିବା ବେଳେ ସେବାୟତ ସଂଖ୍ୟା ବି ସୀମିତ କରିବାକୁ ସ୍ଥିର ହୋଇଛି ।

ଗତକାଲି ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଚନ୍ଦନଯାତ୍ରା ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଥିଲା । ସେଥିରେ ଏନେଇ ନିଷ୍ପତି ହୋଇଛି ।ତେବେ ଯାତ୍ରା ପାଇଁ ନୀତି ସଂପୃକ୍ତ ସେବାୟତଙ୍କ ତାଲିକା ପ୍ରସ୍ତୁତି ଚାଲିଛି ।