ବ୍ରହ୍ମପୁର ଅଭିମୁଖେ ପୁଲିସ ଡିଜି: ଗୁରୁତର ଯବାନଙ୍କୁ ଭେଟିବା ସହ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସୁରକ୍ଷା ସମୀକ୍ଷା କରିବେ By Swadhikar News Last updated Sep 20, 2025 ବ୍ରହ୍ମପୁର ଏମକେସିଜି ଅଭିମୁଖେ ପୁଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ। ସେ ହସ୍ପିଟାଲରେ ଗୁରୁତର ଏସ୍ଓଜି ପ୍ରେମସିଂହ ମାଝୀଙ୍କୁ ଭେଟିବେ। ତାଙ୍କର ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ପଚାରିବୁଝିବା ସହ ଚିକତ୍ସା ବ୍ୟବସ୍ଥା ସଂପର୍କରେ ଅବଗତ ହେବେ।ସୂଚନାଯୋଗ୍ୟ, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର ସୀମାରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗତକାଲି ଅପରାହ୍ଣରେ ଗୁଳିବିନିମୟ ହୋଇଥିଲା। ଏଥିରେ ଜଣେ ଏସ୍ଓଜି ଯବାନ ଆହତ ହୋଇଥିଲେ। ଗୁରୁତର ଏସ୍ଓଜି ହେଲେ ପ୍ରେମସିଂହ ମାଝୀ। ତାଙ୍କର ବାମ ହାତ ଓ ପେଟରେ ଗୁଳିବାଜିଥିଲା। ପେଟରେ ଗୁଳି ରହିଥିଲା। ଗୁରୁତର ଭାବେ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ କନ୍ଧମାଳ ଜିଲ୍ଲା ରାଇକିଆର ଇନ୍ଦ୍ରଗଡ଼ସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପରେ ଭଂଜନଗର ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏଠାରୁ ବ୍ରହ୍ମପୁର ବଡ଼ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। police dgswadhikarswadhikar news Share