Odia News Portal

ଭଦ୍ରକ ଟିପର ମାଲିକ ସଂଘ କରିବ ଧାମରା ରେଳ ପଥରେ ରେଳରୋକ

ଭଦ୍ରକରେ ଧାମରା ପୋର୍ଟ ଦ୍ଵାରା ପ୍ରଚଳିତ କୋଇଲା ପରିବହନରେ ଭଦ୍ରକ ଜିଲ୍ଲାର ମୂଳ ଅଧିବାସୀଙ୍କୁ ବଞ୍ଚିତ କରିବା ବିରୋଧରେ ୨୪ ଘଣ୍ଟିଆ ରେଳରୋକ ଆଗାମୀ ୨୭ ତାରିଖରେ ପୀରହାଟ ଠାରେ ଭଦ୍ରକ ଧାମରା ରେଳପଥ ରେ ରୋକ କରାଯିବ। ଜିଲା ଟିପର ଓ ଡମ୍ଫର ସଂଘର ଆୟୋଜିତ ସାମ୍ବାଦିକ ସମ୍ମୀଳନୀରେ ଏହି ଚେତାବନୀ  ଦିଆଯାଇଛି। ଭଦ୍ରକ ଜିଲ୍ଲାର ବହୁ ଗାଡି ମାଲିକ ଧାମରା ପୋର୍ଟ କମ୍ପାନିରେ କୋଇଲା ପରିବହନରେ ଭଡା ପାଇବାର ସୁଯୋଗ ପାଉ ନାହାଁନ୍ତି। ସେମାନେ ଋଣ କରି ଟ୍ରକ ଆଉ ଟିପର ବାହାର କରି ଭଡା ଲଗାଇ ପରୁ ନାହାନ୍ତି। ସେମାନେ ମାସିକ ଗାଡି କିସ୍ତି ସୁଝି ପାରୁ ନାହାଁନ୍ତି। ଏହି ମାଲିକମାନେ ଭଡ଼ା ପାଉ ନଥିବା ବେଲେ ସେମାନେ ଦୁଃଖରେ ସମୟ ବିତାଉଛନ୍ତି। ଗାଡି କିସ୍ତି ଟଙ୍କା ବ୍ୟାଙ୍କ କୁ ଦେଇ ନପାରି ବହୁ ମାନସିକ ଯନ୍ତ୍ରଣା ପାଉଛି। ଭଦ୍ରକରେ ଏହି ଟ୍ରକ ମାଲିକମାନଙ୍କୁ ଧାମରା ପୋର୍ଟ ମାନସିକ ଭାବରେ ଆଘାତ ଦେଉଛି। ଧାମରା ଅଞ୍ଚଳରେ ଅନେକ ବଙ୍ଗଳାଦେଶୀ ଯେଉଁମାନେ ଏଠାରେ ଆସି  ବହୁ ବର୍ଷ ଧରି ସ୍ଥାୟୀ ବସତି ସ୍ଥାପନ କରି ଟ୍ରକ ବେପାର କରୁଛନ୍ତି। ସେମାନଙ୍କୁ ବନ୍ଦର କମ୍ପାନି ଅଧିକ ଭଡା ଦେଉଛନ୍ତି। କିନ୍ତୁ ଭଦ୍ରକ ଜିଲ୍ଲାର ମୂଳ ବାସିନ୍ଦା ଟ୍ରକ ମାଲିକ ମାନଙ୍କୁ ଭଡାର ସୁଯୋଗ ଦିଆଯାଉ ନାହିଁ ବୋଲି ସଂଘର ସଭାପତି ଶୁଭେନ୍ଦୁ ରାୟମହାପାତ୍ର ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଅତୀତରେ ଏ ସମ୍ପର୍କରେ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଥିଲା। ଜିଲ୍ଲାପାଳ ମଧ୍ୟ ଏହି ଗାଡି ମଲ୍ଲିକଙ୍କ ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଏହା ଭିତରେ ଦୁଇ ମାସରୁ ଅଧିକ ଦିନ ବିତିଯାଇଥିଲେ ମଧ୍ୟ ଟ୍ରକ ମାଲିକଙ୍କ କୌଣସି ସମସ୍ୟାର ସମାଧାନ କରାଗଲା ନାହିଁ। ଅନେକ ମାଲିକ ଦୁଃଖରେ ଦିନ ବିତି ଥିବା ବେକେ ସେମାନେ ବାଧ୍ୟ ହୋଇ ଆନ୍ଦୋଳନ କରିବା ପାଇଁ ଆଜିର ସାମ୍ବାଦିକ ସମ୍ମୀଳନୀରେ ଚେତାବନୀ ଦେଇଛନ୍ତି। ଆଜିର ଏହି ସାମ୍ବାଦିକ ସମ୍ମୀଳନୀରେ ସଂଘର  ସଭାପତି ଶୁଭେନ୍ଦୁ ରାୟମାହାପାତ୍ର, ସଂଘର ସମ୍ପାଦକ ଜ୍ୟୋତି ପ୍ରକାଶ ମହାନ୍ତି, ଅଶୋକ ପରିଜା, ଫୁଲ୍ଲ ପୃଷ୍ଟି, ଚନ୍ଦନ ନାୟକଙ୍କ ସମେତ ବହୁ ଟ୍ରକ୍ ମାଲିକ ଏହି ସାମ୍ବାଦିକ ସମ୍ମୀଳନୀରେ ଯୋଗଦେଇ ରେଳ ରୋକ କରିବା ପାଇଁ ଚେତାବନୀ ଦେଇଛନ୍ତି।