Odia News Portal

ମମିତା ମେହେର ହତ୍ୟା ଘଟଣା, ଆପ ପାର୍ଟିର ବିକ୍ଷୋଭ

ବଲାଙ୍ଗୀର : ପବ୍ଲିକ୍ ସ୍କୁଲ୍ ଅଧ୍ୟକ୍ଷ୍ୟl ମମିତା ମେହେର୍ ଙ୍କୁ ନ୍ୟାୟ ମିଳିବା. ଏବଂ ରାଜ୍ୟ ଗୃହ ମନ୍ତ୍ରୀ କୁ ବହିସ୍କାର କରିବା.ଏବ୍ଂ ଘଟଣା ର CBI ତଦନ୍ତ କରାଯିବା ଦାବି ନେଇ , ଗତ କାଲି ଜିଲ୍ଲା ପାଲ ଅଫିସ ସମ୍ମୁଖ ରେ ସନ୍ଧ୍ୟା 6 ଟା ସମୟରେ ବଲାଙ୍ଗୀର ଆମ୍ ଆଦମୀ ପାର୍ଟି ଜିଲ୍ଲା ଆବାହକ ତଥା ଆପ ଓଡିଶା ପ୍ରବକ୍ତା.ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେ ଙ୍କ ନେତୃତ୍ୱ ରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଏବଂ କେଣ୍ଡଲମାର୍ଚ କରାଗଲା. ଏବଂ ପାଣ୍ଡେ କହିଥିଲେ ଓଡିଶା ର ନବୀନ୍ ବାବୁ ସର୍କାର ଚଳାଇବାରେ ବିଫଲ. ଆଗରୁ ପରି ଘଟଣା ରେ ତାଙ୍କ ମନ୍ତ୍ରୀ ସମ୍ପୃକ୍ତ ଥିଲେ. କିଛି କରିଲେ ନାହିଁ. ବର୍ତ୍ତମାନ୍ ମମିତା ମେହେର୍ ଘଟଣା ମଧ୍ୟ ତାଙ୍କ ମନ୍ତ୍ରୀ ସମ୍ପୃକ୍ତ. କିନ୍ତୁ ତାଙ୍କୁ ବଞ୍ଚାଇବାରେ ଲାଗିଛନ୍ତି. ଲକ୍ଷ୍ୟ ଲକ୍ଷ୍ୟ ଅନୁଦାନ ଦେଉଛନ୍ତି ଅପରାଧି ମାନଙ୍କ ସଂସ୍ଥା କୁ. ତାଙ୍କ କ୍ୟାବିନେଟ ମନ୍ତ୍ରୀ ମାନଙ୍କ ରଙ୍ଗଶାଲା କୁ. ଗୃହମନ୍ତ୍ରୀ ଙ୍କୁ ବଞ୍ଚାଇବା ପାଇଁ ନବୀନ ସରକାର ସଡୟନ୍ତ୍ର କରୁଛନ୍ତି. ତେଣୁ ତାହା ଚଳିବନି. ଘଟଣା ର CBI ତଦନ୍ତ କରାଯାଉ ଏବଂ ଦୋଷୀ ଗୋବିନ୍ଦ ସାହୁ କୁ ଫାସି ଦଣ୍ଡଦିଆ ଯାଉ. ଗୃହ ମନ୍ତ୍ରୀ ଙ୍କୁ ଇସ୍ତଫା ସହିତ ଦଣ୍ଡ ଦିଆ ଯାଉ. ଏବଂ ପୀଡିତା ଙ୍କ ପରିବାର କୁ ଏକ କୋଟି ଟଙ୍କା ନଗତ ଦିଆ ଯାଉ. ଏବଂ ମମିତା ମେହେର୍ କୁ ନ୍ୟାୟ ଦିଆ ଯାଉ. ନହେଲେ ଆମ୍ ଆଦମୀ ପାର୍ଟି ତୀବ୍ର ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଥିଲେ ପାଣ୍ଡେ . ଆଜି ର ଏହି କେଣ୍ଡଲ ମାର୍ଚ ରେ ସୋସିଆଲ ମିଡିଆ ର ଅଶୋକ ସୁନା. ଛାତ୍ର ନେତା ହିତେଶ୍ ବଗରତି. ୟୁବା ନେତା ଆକାଶ ତ୍ରିପାଠୀ. ଅମାନ୍ କୁମାର ମହାପାତ୍ର.ବରିଷ୍ଠ କର୍ମୀ ଚୈତନ୍ୟ ମଟାରୀ. ଜୟପ୍ରକାଶ ମିଶ୍ର. ପ୍ରେମ ସେଠ୍.ନୀଳ ପଧାନ. ପଦ୍ମନାଭ ପଟେଲ୍. ନା ତରିଆ. ଆଶିଷ ଷଡଙ୍ଗୀ. ସୁବଳ ପୋଡ଼.ଦିଲ୍ଲିପ ପଧାନ. ନିରଞ୍ଜନ ସନ୍ଣ୍ଡ.. ପ୍ରଦୀପ ମିଶ୍ର. ନିରୋଜ ରାଉତ. ଶ୍ରୀମନ୍ତ ପରୁଆ. ବିଦ୍ୟାଧର ଆଦି ଯୋଗ ଦେଇ ମମିତା ମେହେର୍ କୁ ନ୍ୟାୟ ମିଳିବା ପାଇଁ ଦାବି କରିଥିଲେ