Odia News Portal

ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ: ୧୮ ଓ ୧୯ ତାରିଖ ପାଇଁ ସିଭିୟର ହିଟଓ୍ବେଭ ଆଲର୍ଟ ଜାରି

ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ୧୮ ଏବଂ ୧୯ ତାରିଖରେ ସିଭିୟର ହିଟଓ୍ବେଭ ପାଇଁ ସତର୍କତା ସୂଚନା ଜାରି କରିଛି ପାଣିପାଗ ବିଭାଗ । ଦୁଇ ଦିନ ପାଇଁ ମୟୂରଭଞ୍ଜ, ନୟାଗଡ଼, ଗଜପତି ଏବଂ ନୂଆପଡାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ସ୍ବାଭାବିକ ଠାରୁ ୫ ରୁ ୭ ଡିଗ୍ରୀ ଉପରେ ରହିବ ତାପମାତ୍ରା ।

ଏପ୍ରିଲ ୧୮ ତାରିଖରେ ବାରିପଦାର ତାପମାତ୍ରା ୪୫ ଡିଗ୍ରୀ ହେବାର ଆକଳନ କରାଯାଇଥିବା ବେଳେ ଅନୁଗୁଳ, ବୌଦ୍ଧ, ବଲାଙ୍ଗୀର, ମାଲକାନଗିରିରେ ତାପମାତ୍ରା ୪୪ ଡିଗ୍ରୀ ରେକର୍ଡ କରାଯାଇପାରେ।

ନୂଆପଡ଼ା, ଝାରସୁଗୁଡ଼ା, ଭଦ୍ରକ, ଖୋର୍ଦ୍ଧା, ବାଲେଶ୍ବର ଓ ନୟାଗଡ଼ରେ ୪୩ ଡିଗ୍ରୀ ପାରା ପହଞ୍ଚିପାରେ।

ସେହିପରି, ଏପ୍ରିଲ ୧୯ ତାରିଖରେ ଅନୁଗୁଳ, ବଲାଙ୍ଗୀର, ବୌଦ୍ଧ, ବାରିପଦା ଓ ମାଲକାନଗିରିରେ ତାପମାତ୍ରା ୪୫ ଡିଗ୍ରୀ ରେକର୍ଡ ହେବାର ଆକଳନ କରାଯାଉଛି। ସମ୍ବଲପୁର, ନୂଆପଡ଼ା ଓ ଟିଟିଲାଗଡ଼ରେ ତାପମାତ୍ରା ୪୪ ଡିଗ୍ରୀ ପହଞ୍ଚିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଉଛି। ଏପ୍ରିଲ ୨୦ ଓ ୨୦ ତାରିଖ ଦିନ ମଧ୍ୟ ତାତିରୁ ନିସ୍ତାର ମିଳିବ ନାହିଁ। ଏହି ଦୁଇ ଦିନ ସମ୍ବଲପୁରରେ ପାରା ୪୪ ଡିଗ୍ରୀ ରହିପାରେ। ଏପ୍ରିଲ ୨୦ରେ ସମ୍ବଲପୁର, ସୋନପୁର ଓ ଟିଟିଲାଗଡ଼ରେ ତାପମାତ୍ରା ୪୪ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି।