Odia News Portal

ରାଜ୍ୟରେ ଶୀତର ଲହରୀ ଜାରୀ,ଆହୁରି ୪ ଦିନ ଥରାଇବ ଶୀତ

ରାଜ୍ୟରେ ଆହୁରି ବଢିବ ଶୀତ । ଆସନ୍ତା ୩ରୁ ୪ ଦିନ ମଧ୍ୟରେ ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ତାପମାତ୍ରା କମିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉପକୂଳ ଅପେକ୍ଷା ଉପାନ୍ତରେ ଅଧିକ ଜାଡ ଅନୁଭୁତ ହେବ । ଶୀତ ବଢୁଥିବା କାରଣରୁ ସଂନ୍ଧ୍ୟା ପରଠାରୁ ବିନା ଶୀତ ବସ୍ତ୍ରରେ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି ।
ରାଜ୍ୟର ୧୩ଟି ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ୪ ଡିଗ୍ରୀ ସହ ଓଡିଶାର କାଶ୍ମୀର ଦାରିଙ୍ଗବାଡି ସବୁଠାରୁ ଥଣ୍ଡା ସହର ହୋଇଛି । ଝାରସୁଗୁଡାରେ ରାତିର ତାପମାତ୍ରା ୫ ଦଶମିକ ୬ ଡିଗ୍ରୀ ରହିଥିବା ବେଳେ ଫୁଲବାଣୀରେ ୬ ଦଶମିକ ୫, ସୋନପୁରରେ ୬ ଦଶମିକ ୯, କେନ୍ଦୁଝରରେ ୭ ଦଶମିକ ୪ ଡିଗ୍ରୀ ସେଲସିୟସ ରହିଛି । ଆଗାମୀ ଦୁଇ ତିନି ଦିନ ରାଜ୍ୟରେ ଶୀତ ପ୍ରକୋପ ଜାରି ରହିବ ବୋଲି ପାଣିପାଗ ବିଭାଗ କହିଛି ।