Odia News Portal

ସୁସ୍ଥହୋଇ ହସ୍ପିଟାଲରୁ ଫେରିଲେ ଓମିକ୍ରନ ଆକ୍ରନ୍ତ

ନୂଆଦିଲ୍ଲୀ : ଓମିକ୍ରନ୍ କୁ ହରାଇଲେ ଦିଲ୍ଲୀର ପ୍ରଥମ ଓମିକ୍ରନ୍ ଆକ୍ରାନ୍ତ । ୨୭ ବର୍ଷୀୟ ବ୍ୟବସାୟୀ ସାହିଲ ଠାକୁରଙ୍କୁ ଲୋକ ନାୟକ ଜୟ ପ୍ରକାଶ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି । ଡିସେମ୍ବର ୨ରେ ସେ ଦୁବାଇରୁ ଫେରିଥିଲେ ଏବଂ ଦୁଇ ଦିନ ପରେ ଟେଷ୍ଟ କରାଯାଇଥିଲା ଯେଉଁଥିରେ ତାଙ୍କର କରୋନା ପଜିଟିଭ ଆସିଥିଲା । ପରେ ଜିନୋମ କ୍ରମରେ ଓମିକ୍ରନ୍ ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣା ପଡିଥିଲା। ଏହା ପରେ ସାହିଲଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିଲା । ପରେ ତାଙ୍କୁ ଡାକ୍ତରଖାନା ପଠାଯାଇଥିଲା। ମଙ୍ଗଳବାର ଦିନ ସେ ଘରକୁ ଫେରିବା ପରେ ପ୍ରଶାସନ ତାଙ୍କ ଘର ବାହାରେ ୪ ଜଣ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରିଛି ଯାହା ଦ୍ୱାରା ବାହାରେ କୌଣସି ପ୍ରକାର ବିଶୃଙ୍ଖଳା ଦେଖା ନଯାଏ ।
ଏହି ଘଟଣାକୁ ନେଇ ସାହିଲ କହିଛନ୍ତି ଯେ ଡିସେମ୍ବର ୪ରେ ସେ ଦୁବାଇରୁ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିଲେ। ଏହି ସମୟରେ ସେ ଇ ସୁବିଧା ବ୍ୟବହାର କରିବା ପାଇଁ ବିମାନବନ୍ଦରରୁ ବାହାରକୁ ଯାଇଥିଲେ। ଏଥିପାଇଁ ତାଙ୍କୁ ଯାଞ୍ଚ କରାଯାଇ ନାହିଁ। ରୋହିଣୀ ସ୍ଥିତ ଘରେ ପହଞ୍ଚିବା ପରେ ସେ ଏକ ସୁସ୍ଥ ଏବଂ ସାଧାରଣ ଜୀବନଯାପନ କରୁଥିଲେ। ଏହାପରେ ତାଙ୍କୁ କିଛି କାମ ପାଇଁ ମୁମ୍ବାଇ ଯିବାକୁ ପଡିଥିଲା ତେଣୁ ତିନି ଦିନ ପରେ ଡିସେମ୍ବର ୭ରେ କରୋନାର ଆରଟିପିସିଆର ପରୀକ୍ଷା କରିଥିଲେ । ପରଦିନ ରିପୋର୍ଟରେ ତାଙ୍କର କରୋନା ପଜିଟିଭ ଆସିଥିଲା । ୧୦ ଡିସେମ୍ବର ରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏକ ଫୋନ କଲ ଯାଇଥିଲା ସେ ନୂତନ ପ୍ରକାର କରୋନା ଓମିକ୍ରନ୍ ଦ୍ୱାରା ସଂକ୍ରମିତ ହୋଇଥିବା ଜାଣିପାରିଲେ ।