Odia News Portal

ସେବା ଛାଡ଼ି ଟଙ୍କା ଶୋସୁଛି ଆମ ବସ ! ଯାତ୍ରୀଙ୍କ ସହ ବ୍ୟାଗ ପାଇଁ ବି ଲାଗୁଛି ଟଙ୍କା

ସୁଲଭ ସେବା ଯୋଗାଇବା ନୁହଁ ଟଙ୍କା କମେଇବା ଏବେ ଆମ ବସର ମୁଖ୍ୟ ଉଦେଶ୍ୟ ପାଲଟିଛି, କେଉଁ ତରିକାରେ ମୋଟା ଅଙ୍କର ଅର୍ଥ କମାଯାଇପାରିବ ସେଥିପ୍ରତି ଧ୍ୟାନ ଦେଉଛି କ୍ରୁଟ, ରାଜସ୍ବ କମାଇବା ପାଇଁ କିଭଳି ଘରୋଇ କମ୍ପାନୀ ପ୍ରଚାରରେ ଆମ ବସ ମାତିଛି ତାହା ସ୍ବାଧୀକାରରେ ଖବର କରାଯାଇଥିଲା, ଏବେ ଆଉ ଏକ ଫଣ୍ଡା ଆପଣେଇଛି କ୍ରୁଟ ଯାହାଦ୍ୱାରା ଅଧିକ ଅର୍ଥ କାମେଇପାରିବ, ଯାତ୍ରା କରୁଥିବା ଯାତ୍ରିଙ୍କ ଠାରୁ ବ୍ୟାଗ ପାଇଁ ଅତିରିକ୍ତ ଟଙ୍କା ନେଉଛି ଆମ ବସ, ଯାହାର ଶିକାର ହେଇଛନ୍ତି କଟକ ରେଳ ଷ୍ଟେସନନୁ  ଭୁବନେଶ୍ୱର ବିମାନବନ୍ଦରକୁ  ଯାତ୍ରା କରୁଥୁବା ଜଣେ ଯାତ୍ରୀ, ବ୍ୟାଗ ପାଇଁ ଯାତ୍ରୀଙ୍କୁ ଅତିରିକ 15 ଟଙ୍କା ମାଗୁଥିଲେ କଣ୍ଡକ୍ଟର, ଯାହାକୁ ନେଇ ଏବେ ବିବାଦ ସୃଷ୍ଟି ହେଇଛି, ଯାତ୍ରୀଙ୍କୁ ସୁଲୋଭ ମୂଲ୍ୟରେ ସେବା ଯୋଗାଇବା ବଦଳରେ ଶୋଷଣକରୁଛି କ୍ରୁଟ, ମୁନାଫା କମେଇବା ପାଇଁ ଯାତ୍ରୀଙ୍କୁ ମହଙ୍ଗା ମାଡ଼ କରିବା ନିଷ୍ପତିକୁ ନେଇ ତେଜିଛି ଜନ ଅସନ୍ତୋଷ

ଅନେକ ସମୟରେ ଆମ ବସ୍‌ ଦୁର୍ଘଟଣା ଘଟାଉଛି ସେଥିପ୍ରତି କ୍ରୁଟର କିନ୍ତୁ ନିଘା ନାହିଁ । ଟୁଇନ ସିଟି ରାସ୍ତାରେ ମୁଣ୍ଡ ପରେ ମୁଣ୍ଡ ନେଇଚାଲିଛି ଆମ ବସ,  ସେଥିରେ ଲଗାମ ଲଗାଇପାରୁନି କ୍ରୁଟ, ଏପଟେ କିନ୍ତୁ ମୋଟା ଅଙ୍କର ରାଜସ୍ବ କିଭଳି କମାଇ ହେବା ତାହା ଉପରେ ମୁଖ୍ୟ ଫୋକସ ଦେଉଛି, ପ୍ରଥମେ ବିଜ୍ଞାପନ ଏବେ ବ୍ୟାଗ ପାଇଁ ଟଙ୍କା କ୍ରୁଟର ଏଭଳି ରାଜସ୍ବ ନିଶାକୁ ନେଇ ଯାତ୍ରୀଙ୍କ ଠାରେ ଅସନ୍ତୋଷ ତେଜିଛି, କ୍ରୁଟ ଏଭଳି ମନମୁଖୀ ନିୟମ ଲାଗୁକରୁଥିଲା ବେଳେ ସରକାରଙ୍କ କିନ୍ତୁ ଏଥିପ୍ରତି ନିଘା ନାହିଁ । ତେଣୁ ଏଥି ଦୃଷ୍ଟି ଦେବାକୁ ଦାବି ଜୋର ଧରିଲାଣି ।