Odia News Portal

ହାତୀ ଶାବକର ଗଳିତ ମୃତଦେହ ଉଦ୍ଧାର

ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ତଥା ମୋରଡା ବ୍ଲକ ଅଞ୍ଚଳରେ ଏକ ହାତୀ ଶାବକର ଗଳିତ ମୃତଦେହକୁ ଜବତ କରିଛି ବନବିଭାଗ। ଖବରରୁ ପ୍ରକାଶ କି ଉକ୍ତ ରେଞ୍ଜ ତଥା ମୋରଡା ବ୍ଲକ ଅଧୀନ ପଳାସମୁଣ୍ଡୁଳି ପଞ୍ଚାୟତର ସଂରକ୍ଷିତ ଜଙ୍ଗଲକୁ ଆଜି ଅପରାହ୍ନ ୩ଟା ସମୟରେ ସ୍ଥାନୀୟ ଲୋକେ ଜଙ୍ଗଲକୁ ପତ୍ର ତୋଳିବା ପାଇଁ ଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହିତ ଜଙ୍ଗଲକୁ ଅଗ୍ନି ଦାଉରୁ ରକ୍ଷା କରିବା ଦାୟିତ୍ୱରେ କାଳୀଚରଣ ଟୁଡୁ ଉକ୍ତ ସଂରକ୍ଷିତ ଜଙ୍ଗଲରେ ଥିବା ସମୟରେ ଜଙ୍ଗଲର ମହିଷାସୁରି ନିକଟରେ ଏକ ହାତୀ ଶାବକର ମୃତଦେହ ପଡିଥିବାର ଦେଖି ବନବିଭାଗକୁ ଖବର ଦେଇଥିଲେ। ଖବର ପାଇ ଡ଼ିଏଫଓ଼ ଗୋବିନ୍ଦଚନ୍ଦ୍ର ବିଶ୍ୱାଳ, ଏସସିଏଫ ମେହେରବାନ ଅଲ୍ଲୀ ଏବଂ ରାସଗୋବିନ୍ଦପୁର ରେଞ୍ଜର ଘନଶ୍ୟାମ ସିଂ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତ ହାତୀଟି ଶାବକ ର ମୃତ୍ୟୁ ର କାରଣ କୋଣ ବୋଲି ଡାକ୍ତରୀ ଦଳ ଅନୁଧ୍ୟାନ କରିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି। ତେବେ ଉକ୍ତ ଜଙ୍ଗଲରେ ପୂର୍ବରୁ ନିଆଁ ଲାଗି ଥିବା ବେଳେ ଜଙ୍ଗଲରେ ବିପରୀତ ଦିଗରେ ମଧ୍ୟ ନିଆଁ ଲାଗିଛି ଏବଂ ନିଆଁ ଲିଭାଇବା ଦଳ ଡିଏଫଓ଼ଙ୍କ ନିର୍ଦେଶକ୍ରମେ ନିଆଁକୁ ଆୟତ୍ତ କରୁଥିବାର ଦେଖିବାକୁ ମିଳିଛି। ବର୍ତ୍ତମାନ ଉକ୍ତ ଜଙ୍ଗଲରେ୧୩ଟି ଶିମିଳିପାଳ ହାତୀ ଅଛନ୍ତି ବୋଲି ସୂଚନା ଦେଇଛନ୍ତି ରେଞ୍ଜର ସିଂ। ତେବେ କେଉଁ କାରଣରୁ ହାତୀ ଶାବକ ଟିର ମୃତ୍ୟୁ ଘଟିଲା ଏବଂ କେବେ ମୃତ୍ୟୁ ଘଟିଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।