Odia News Portal

୧ ହଜାର କୋଟି ଟପିଲା ବିରାଟ କୋହଲିଙ୍କ ସମ୍ପତ୍ତି

ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ବିରାଟ କୋହଲଲି ଏବେ ବିଶ୍ୱର ଲୋକପ୍ରୀୟ ଖେଳାଳୀଙ୍କ ମଧ୍ୟରେ ଅନ୍ୟତମ । ଏହାସହ ରୋଜଗାର ମାମଲାରେ ବି ଏବେ ସମୟରେ ସେ ଅନ୍ୟ ଖେଳାଳୀଙ୍କ ତୁଳନାରେ ଆଗରେ ରହିଛନ୍ତି । ବିରାଟ କୋହଲିଙ୍କ ମୋଟ ସମ୍ପତ୍ତି ୧ହଜାର କୋଟି ପାର ହୋଇଛି ।

ଷ୍ଟକ ଗ୍ରୋ ମୁତାବକ ବିରାଟ କୋହଲିଙ୍କ ମୋଟ ସମ୍ପତ୍ତି ୧୦୫୦ କୋଟିରେ ପହଂଚିଛି । ବିରାଟ କୋହଲିଙ୍କର ଖେଳ ବ୍ୟତୀତ ଅନ୍ୟ ସ୍ଥାନରୁ ମଧ୍ୟ ରୋଜଗାର ରହିଛି । ବିରାଟ କୋହଲି ଏ ଯୁକ୍ତ ଟିମ୍ ଇଣ୍ଡିଆ ଏଗ୍ରିମେଣ୍ଟରୁ ୭ କୋଟି ଟଙ୍କା ରୋଜଗାର କରୁଛନ୍ତି । ସେ ଗୋଟିଏ ଟେଷ୍ଟ ମ୍ୟାଚରୁ ୧୫ ଲକ୍ଷ, ଗୋଟିଏ ଏକଦିବସୀୟ ମ୍ୟାଚରୁ ୬ ଲକ୍ଷ ଓ ଗୋଟିଏ ଟି-୨୦ ମ୍ୟାଚରୁ ୩ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।

ବିରାଟ କୋହଲି ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟିମ୍ ତରଫରୁ ଖେଳୁଛନ୍ତି । ବିରାଟ ଆଇପିଏଲର ଗୋଟିଏ ସିଜିନ ପାଇଁ ୧୫ କୋଟି ଟଙ୍କା ନେଉଛନ୍ତି । ଏହା ବ୍ୟତୀତ ସେ ଅନେକ ବ୍ରାଣ୍ଡସର ମାଲିକ ମଧ୍ୟ ଅଛନ୍ତି । ଯେଉଁଥିରୁ ତାଙ୍କୁ ସର୍ବାଧିକ ରୋଜଗାର ମିଳୁଛି ବୋଲି କୁହାଯାଉଛି ।

ଇନଷ୍ଟାଗ୍ରାମରେ ବିରାଟଙ୍କର ୨୫୨ ମିଲିୟନ ଫଲୋଅର୍ସ ରହିଛନ୍ତି । ସୋସିଆଲ ମିଡିଆରେ ଫଲୋଅର୍ସ ମାଧ୍ୟମରେ ମଧ୍ୟ ବିରାଟ କୋହଲି ରୋଜଗାର କରୁଛନ୍ତି । ହୁପରର ୨୦୨୨ ଇନଷ୍ଟାଗ୍ରାମ ରିଚ ଲିଷ୍ଟ ମୁତାବକ ବିରାଟଙ୍କର ଗୋଟିଏ ପୋଷ୍ଟରୁ ତାଙ୍କୁ ପାଖାପାଖି ୮.୬୯ କୋଟି ଟଙ୍କା ମିଳିଥାଏ । ସେହିଭଳି ଟ୍ୱିଟରରେ ପୋଷ୍ଟ ପ୍ରତି ସେ ୨.୫ କୋଟି ଟଙ୍କା ଦାବି କରିଥାନ୍ତି ।