Odia News Portal

ଗୋଟିଏ କ୍ଲିକରେ ପଢନ୍ତୁ ୨୦ଟି ବଡ଼ ଖବର

୧-ହାଇଦ୍ରାବାଦ ବିପକ୍ଷରେ ଦିଲ୍ଲୀର ଦମଦାର ବିଜୟ । ୮ ୱିକେଟରେ ମ୍ୟାଚ୍ ଜିତିଲା ଦିଲ୍ଲୀ ।

୨-ରାଜ୍ୟ ସରକାର ଗୁଡିକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ । କରୋନାରେ ମୃତ୍ୟୁ ହେଲେ ପରିବାରବର୍ଗଙ୍କୁ ଦିଆଯିବ ୫୦ହଜାର ଟଙ୍କା ।

୩-ସୀମା ବିବାଦର ସମାଧାନ ପାଇଁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ୪ଟି ପ୍ରସ୍ତାବ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

୪-ମୁକୁଳା ନାଳରେ ଛାତ୍ରଙ୍କ ଜୀବନ ଯିବା ପ୍ରସଙ୍ଗରେ ମାନବାଧିକାର କମିସନରେ ମାମଲା ।
୫–ଜି ଏଣ୍ଟରଟେନମେଣ୍ଟର ୫୩% ମାଲିକ ହେଲେ ସୋନି ଇଣ୍ଡିଆ, ରାଜିନାମା ସ୍ୱାକ୍ଷରିତ ।

୬-ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ: ବାଇଡ଼େନଙ୍କ ଡ଼ିନର ପାର୍ଟିରେ ହୋଇପାରେ ଗମ୍ଭୀର ପ୍ରସଙ୍ଗରେ ଆଲୋଚନା ।

୭-ବଲାଙ୍ଗୀରରେ ସ୍ବାସ୍ଥ୍ୟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ।

୮-ବିଶ୍ୱ ଦେଖିବ ପାଇକ ବିଦ୍ରୋହ । ଷ୍ଟାର ପ୍ଲସ ଚ୍ୟାନେଲରେ ପ୍ରସାରଣ ହେବାକୁ ଯାଉଛି ବକ୍ସି ଜଗବନ୍ଧୁଙ୍କ ଜୀବନୀ ଉପରେ ଧାରାବାହିକ ।

୯-ଆଇପିଏଲ ଖେଳାଳିଙ୍କୁ କରୋନା : ସନରାଇଜର୍ସ ହାଇଦ୍ରାବାଦର ଜଣେ ଖେଳାଳି କୋଭିଡ ପଜିଟିଭ୍ ।

୧୦-ଏକାଠି ନଜର ଆସିଲେ ଦୀପିକା ଓ ପିଭି ସିନ୍ଧୁ : ୟୁଜର୍ସ କହିଲେ, କଣ ସିନ୍ଧୁ ବାୟୋପିକ୍ ପାଇଁ ପ୍ରସ୍ତୁତି ଚାଲିଛି କି…

୧୧-ପକ୍ଷୀଙ୍କୁ କାଳ ହେଉଛି ସୁଉଚ୍ଚ କୋଠା : ୱାର୍ଲ୍ଡ ଟ୍ରେଡ୍ ସେଣ୍ଟର ନିକଟରେ ମାଳମାଳ ମଲା ପକ୍ଷୀ, ପରିବେଶବିତଙ୍କ ମଧ୍ୟରେ କ୍ଷୋଭ .

୧୨-ଭାରତର ଆପତ୍ତି ପରେ ନିଷ୍ପତ୍ତି ପ୍ରତ୍ୟାହାର କଲା ବ୍ରିଟେନ୍ : କୋଭିସିଲ୍ଡକୁ ଦେଲା ଅନୁମତି, ଜାରି କଲା ନୂଆ ଟ୍ରାଭେଲ ଗାଇଡଲାଇନ୍

୧୩-ମହାକାଶଚାରୀ ମହାକାଶଯାନ ବିଭାଗକୁ ଦୁଇ ଭାଗ କଲା ‘ନାସା’; ଗୋଟିଏ ଚନ୍ଦ୍ର ଓ ମଙ୍ଗଳ ଅଭିଯାନ ପାଇଁ, ଅନ୍ୟଟି ମହା‌କାଶ କେନ୍ଦ୍ର ପାଇଁ ଉଦ୍ଦିଷ୍ଟ

୧୪-ଗ୍ଲୋବାଲ ପିସ୍ ସେଣ୍ଟର ଅଧ୍ୟକ୍ଷ ଗିରଫ । ଧର୍ମାନ୍ତରୀକରଣ ପାଇଁ ଅର୍ଥ ଯୋଗାଉଥିବା ଅଭିଯୋଗ ।

୧୫-ନଭେମ୍ବର ମାସର ‘ଏନ୍‌ଡିଏ’ ପ୍ରବେଶିକା ପରୀକ୍ଷା ନିମନ୍ତେ ଝିଅମାନଙ୍କୁ ଅନୁମତି ଦେବା ପାଇଁ ସରକାରଙ୍କୁ ଆଦେଶ ଦେଲେ ସୁପ୍ରିମ୍‌ କୋର୍ଟ

୧୬-ଟିକାକରଣକୁ ତ୍ବରାନ୍ବିତ କରିବା ପାଇଁ ରାଜ୍ୟରେ ଅଧିକ ୧୭୪ଟି ଟିକାକେନ୍ଦ୍ର ଖୋଲିଛି: ବିଜୟ ପାଣିଗ୍ରାହୀ .

୧୭-DRDO ମାମଲା: ଅଭିଯୁକ୍ତଙ୍କଠାରୁ ମିଳିଛି ସାଙ୍ଘାତିକ ତଥ୍ୟ, କହିଲେ – ‘ବିବାହ ଅଫର ଦେଇଥିଲା ରହସ୍ୟମୟୀ ମହିଳା’ .

୧୮-‘୨୦ ବର୍ଷ ହେଲା ଜାଣିଛି, ନରେନ୍ଦ୍ର ଗିରି ଜୀ ଲେଖନ୍ତିନି’: ସୁଈସାଇଡ ନୋଟରେ ମହନ୍ତଙ୍କ ଲେଖାକୁ ନେଇ ପ୍ରଶ୍ନ ଉଠାଇଲେ କୈଲାଶନନ୍ଦ ମହାରାଜ ।

୧୯-‘୨୦ ବର୍ଷ ହେଲା ଜାଣିଛି, ନରେନ୍ଦ୍ର ଗିରି ଜୀ ଲେଖନ୍ତିନି’: ସୁଈସାଇଡ ନୋଟରେ ମହନ୍ତଙ୍କ ଲେଖାକୁ ନେଇ ପ୍ରଶ୍ନ ଉଠାଇଲେ କୈଲାଶନନ୍ଦ ମହାରାଜ ।

୨୦-ରାଜ୍ୟ ପାଇଁ ସିଦ୍ଧୁ ବିପଦ, ରାହୁଲ-ପ୍ରିୟଙ୍କାର ଅନୁଭବ ନାହିଁ । ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ ବର୍ଷିଲେ କ୍ୟାପଟେନ ଅମରିନ୍ଦର ।