Odia News Portal

କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ୱର: ଲକଡାଉନରେ ବଢ଼ୁଛି ନିଶା କାରବାର । ୧ କେଜି ୪୮ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ଏକ କୋଟି ଟଙ୍କା । କ୍ରାଇମବ୍ରାଞ୍ଚ ଏସଟିଏଫ ହାତରେ ଧରା ପଡିଛନ୍ତି ଅଭିଯୁକ୍ତତ । ତେବେ ୨୦୨୦ରୁ ଆଜି ସୁଦ୍ଧା ଏସଟିଏଫ ୩୫ କେଜି ବ୍ରାଉନସୁଗାର ଜବତ କରିଛି ।

ଏସଟିଏଫ୍ ପକ୍ଷରୁ ପିପିଲି- ତରକାଜ ଓଭରବ୍ରିଜ ଉପରୁ ୧ କେଜି ୪୮ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରାଯାଇଛି। ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି କୁହାଯାଉଛି। ଏହି ମାମଲାରେ ଇମତାଜ ଖାନ୍ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବାର ସୂଚନା ମିଳିଛି।
ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ।