Odia News Portal

ପିପିଲି ମୈଦାନରୁ ଲଢ଼ିବେ ୧୦ ପ୍ରାର୍ଥୀ

୬ ତାରିଖରୁ ଆରମ୍ଭ ପୋଷ୍ଟାଲ ବାଲାଟ୍ ଭୋଟ୍ ।

ଭୁବନେଶ୍ୱର: ଆଜି ପିପିଲି ଉପ ନିର୍ବାଚନ ପାଇଁ ପାର୍ଥିପତ୍ର ପ୍ରତ୍ୟହାର କରିବାର ଶେଷ ଦିନ ଥିଲା | ୧୫ ଜଣ ନୋମିନେସନ ଫାଇଲ କରିଥିଲେ | ତିନି ଜଣଙ୍କର ନାକଚ ହୋଇଥିଲା ଏବଂ ଦୁଇ ଜଣଙ୍କ ପାର୍ଥୀ ପତ୍ର ପ୍ରତ୍ୟହାର କରିଛନ୍ତି | ପିପିଲି ଉପ ନିର୍ବାଚନର ମୈଦାନରେ ଏବେ ଦଶ ଜଣ ପ୍ରାର୍ଥୀ | ସମୁଦାୟ ଭୋଟର ସଂଖ୍ୟା ୨,୨୯, ୯୯୮ ପୋଷ୍ଟାଲ ବାଲଟରେ ଭୋଟ ଦେବେ ୧୦୭୭, ସେଥିରୁ ୯୦୯ ହେଉଛନ୍ତି ୮୦ ବର୍ଷରୁ ଉର୍ଦ୍ଧ | ଭିନ୍ନକ୍ଷମ ହେଉଛନ୍ତି ୧୬୮ ଜଣ | ବାଲଟ ଭୋଟ ୬ ତାରିଖରୁ ଆରମ୍ଭ ହୋଇ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ | ୧୭୪୦ ଟି ପୋଲିଂ ପର୍ଶନଲ ମୁତୟନ ହେବେ, ଟ୍ରେନିଂ ସରିଛି, ଫାର୍ଷ୍ଟ ଡୋଜ ଭାକସିନ ସେମାନଙ୍କୁ ଦିଆଯିଛି |

ବୁଥ ସଂଖ୍ୟା ୩୪୮ ଥିଲା ଏଥିରେ ଆଉ ୭୫ ଟି ବୃଦ୍ଧି ପାଇଛି | କୌଣସି ବୁଥ ରେ ଏକ ହଜାରରୁ ଅଧିକ ଭୋଟିଂ ହେବ ନାହିଁ | ୧୦୨ ଟି କ୍ରିଟିକାଲ ବୁଥ ରହିଛି | ପଚାଶ ପ୍ରତିଶତ ବୁଥରେ ୱେବ କାଷ୍ଟିଂ | ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ୪୧୫ ନୂଆ ଭୋଟର ସାମିଲ ହୋଇଛନ୍ତି | ଖୋଲାସ୍ଥାନରେ ସର୍ବାଧିକ ୨୦୦ ଲୋକଙ୍କୁ ନେଇ ସଭା ସମିତି କରାଯାଇପାରିବ | ସମ୍ମିଳନୀ କକ୍ଷରେ କ୍ଷମତା ଠାରୁ ପଚାଶ ପ୍ରତିଶତ ଲୋକ ରହିପାରିବେ | ଯଦି ଏହାକୁ ନମାନିବେ ତେବେ ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଛି କୋଭିଡ ଗାଇଡଲାଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେଇପାରିବେ |ରାଜନୈତିକ ଦଳକୁ ଅନୁରୋଧ ସେମାନେ କୋଭିଡ ନିୟମ ମାନନ୍ତୁ |ସିଇଓଙ୍କ ପକ୍ଷରୁ ଦୁଇ ଜଣ ଆଇ ଏ ଏସଙ୍କୁ ଅବଜର୍ଭର ଦାୟିତ୍ୱ ଦିଆଯିଛି | ସେମାନେ ନିର୍ବାଚନୀ ଖର୍ଚ୍ଚ ଓ ପରିଚାଳନା ଉପରେ ନଜର ରଖିବେ |