Odia News Portal

ହାଡ଼ଭଙ୍ଗା ଜାଡ: ୧୦ଟି ସ୍ଥାନରେ ୧୦ ଡ଼ିଗ୍ରୀ ତଳେ ତାପମାତ୍ରା

ଭୁବନେଶ୍ୱର: ରାଜ୍ୟର ୧୦ଟି ସ୍ଥାନରେ ୧୦ ଡ଼ିଗ୍ରୀ ତଳେ ତାପମାତ୍ରା । ଫୁଲବାଣୀ ଏବଂ କନ୍ଧମାଳରେ ୪ ଦଶମିକ ୫ଡିଗ୍ରୀ ରାତି ତାପମାତ୍ରା ରେକର୍ଡ଼ କରାଯାଇ ଥିବା ସମୟରେ ଦାରିଙ୍ଗବାଡ଼ିରେ ୭ ଦଶମିକ ୫, ବଲାଙ୍ଗୀରରେ ୭ ଦଶମିକ ୮, ଅନୁଗୁଳରେ ୯ ଦଶମିକ ୬, ବାରିପଦାରେ ୯ ଦଶମିକ ୬, ଝାରସୁଡ଼ା-କେନ୍ଦୁଝରରେ ୮ ଦଶମିକ ୨, ଭବାନୀପାଟଣାରେ ୮ ଦଶମିକ ୫, ସୋନପୁରରେ ୯ ଦଶମିକ ୫, ତାପମାତ୍ରା ରେକର୍ଡ଼ କରାଯାଇଛି ।

ସେହିଭଳି ରାଜଧାନୀ ଭୁବନେଶ୍ୱରରେ ୧୩ ଏବଂ କଟକରେ ୧୧ ଦଶମିକ୮ ଡ଼ିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି । ସାରା ରାଜ୍ୟରେ ଏବେ ଜାରି ରହିଛି ହାଡ଼ଭଙ୍ଗା ଜାଡ | ତେବେ ଓଡ଼ିଶାର କାଶ୍ମୀର କୁହାଉଥିବା ଦାରିଙ୍ଗବାଡ଼ି ସମେତ ଫୁଲବାଣୀ ,ବେଲଘର, ଜି ଉଦୟଗିରି, ରାଇକିଆ ଓ ନୂଆ ଗାଁ ଅଞ୍ଚଳରେ ୧୦ ଡିଗ୍ରୀ ତଳେ ରେକର୍ଡ଼ ହୋଇଛି ତାପମାତ୍ରା ।