Odia News Portal

ନିୟମ ଭାଙ୍ଗି ୧୦ ହଜାର ଗଣିଲେ

ସମ୍ବଲପୁର : ଏକ ବିବାହ ଉତ୍ସବ ପାଇଁ ସ୍ଥାନୀୟ ପ୍ରଶାସନଠାରୁ ଅନୁମତି ଆଣାଯାଇଥିଲା। ହେଲେ ପ୍ରଶାସନ କୋଭିଡ ଗାଇଡଲାଇନ ଅନୁଯାୟୀ, ବିବାହ ଉତ୍ସବରେ ୫୦ ଜଣଙ୍କୁ ଏକାଠି ହେବାକୁ ଅନୁମତି ଦେଇଥିଲା। କିନ୍ତୁ ଉକ୍ତ ପରିବାର ଏହି ନିୟମକୁ ଖାତିର କରିନଥିଲେ। ବିବାହ ଉତ୍ସବକୁ ୫୦ରୁ ଅଧିକ ଲୋକଙ୍କୁ ଡାକିଥିଲେ। ଆଉ ଏକାଠି ହୋଇଥିଲେ। ଖୋଦ ଜିଲ୍ଲାପାଳ ଓ ସ୍ଥାନୀୟ ପୋଲିସ କରିଥିଲେ ଚଢ଼ାଉ। ଏଭଳି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ମୁଦିପଡ଼ାରେ।  କୋଭିଡ ନିୟମ ଉଲଂଘନ କରି ୧୦ ହଜାର ଟଙ୍କାର ତଣ୍ଡ ଗଣିଲେ କନ୍ୟାର ପିତା-ମାତା ।

ଖବର ପାଇ ଖୋଦ ଜିଲ୍ଲାପାଳ, ପୋଲିସ ଫୋର୍ସ ଧରି ଉକ୍ତ ବିବାହ ଉତ୍ସବରେ ଚଢ଼ାଉ କରିଥିଲେ। ବିବାହ ଉତ୍ସବରେ କୋଭିଡ ନିୟମକୁ ଖୋଲାଖୋଲି ଉଲଂଘନ କରାଯାଇଥିବା ପ୍ରମାଣ ପାଇଥିଲେ। ପରେ ପ୍ରଶାସନ ପକ୍ଷରୁ କନ୍ୟାର ପିତା-ମାତାଙ୍କଠାରୁ ୧୦ ହଜାର ଟଙ୍କାର ଜୋରିମାନା ଆଦାୟ କରାଯାଇଥିଲା। ଏହି ଘଟଣା ସମ୍ପର୍କରେ ଖୋଦ ସମ୍ବଲପୁର ଏସପି ଟୁଇଟ କରି ସୂଚନା ଦେଇଛନ୍ତି।