Odia News Portal

୧୦୦ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ

ମାଲକାନଗିରି : ମାଲକାନଗିରି ପୋଲିସକୁ ମିଳିଛି ସଫଳତା । ୧୦୦ କୋଟି ଟଙ୍କାର ସବୁଜ ଜହର ଗଛ କାଟି ସଫା କଲେ ମାଲକାନଗିରି ପୋଲିସ। ସ୍ୱାଭିମାନ ଅଞ୍ଚଳରୁ ଏକ ଲକ୍ଷ ୮୮ ହଜାର ଟଙ୍କାର ବେଆଇନ ଗଞ୍ଚେଇ ଗଛକୁ ନଷ୍ଟ କରିଛି ପୋଲିସ । ଏହି ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୧୦୦ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି ।

ମାଲକାନଗିରି ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳରେ ବ୍ୟାପକ ଗଞ୍ଜେଇ ଚାଷ ହୋଇଥିବା ବେଳେ ଆଜି ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ୱିବେଦୀଙ୍କ ନେତୃତରେ ଚିତ୍ରକୋଣ୍ଡା ଥାନାର ପୋଲିସ କର୍ମଚାରୀମାନେ ଚଢାଉ କରି ବଙ୍ଗୁର ରେଖାପାଲ୍ଲି , ଆମ୍ବଗୁଡା ଏବଂ ଡାବୁଗୁଡା ଅଞ୍ଚଳରେ ୫ ଲକ୍ଷ ଫରେଷ୍ଟ ଲ୍ୟାଣ୍ଡରେ ଚାଷ ହୋଇଥିବା ୮୮ ହଜାର ବେଆଇନ ଗଞ୍ଜେଇ ଗଛକୁ ନଷ୍ଟ କରିଛନ୍ତି।

ପୂର୍ବରୁ ଏହି ଅଞ୍ଚଳରେ ମାଓବାଦୀମାନେ ସକ୍ରିୟ ରହି ଥିବାରୁ ପୋଲିସ ଏହି ଅଞ୍ଚଳକୁ ପ୍ରବେଶ କରିବା ପାଇଁ ସାହସ କରି ପାରୁନଥିଲା କିନ୍ତୁ ସ୍ଵାଭିମାନ ଅଞ୍ଚଳରେ ବି.ଏସ.ଏଫ କ୍ୟାମ୍ପ ସ୍ଥାପନ ହେବାରୁ ଆଜି ପୋଲିସକୁ ଏହି ସଫଳତା ମିଳିଛି । ଏହି ଗଞ୍ଜେଇ ଚାଷକୁ କିଭଳି ରୋକା ଯାଇପାରିବ ସେଥିପାଇଁ ମାଲକାନଗିରି ଜିଲ୍ଲା SP ପ୍ରହଲ୍ଲାଦ ସହାୟ ମିନା ଅଧିକ ପଦକ୍ଷେପ ନେଇଛନ୍ତି।