Odia News Portal

ରାଉରକେଲା ହସ୍ପିଟାଲରେ ୧୦୦ ଭେଣ୍ଟିଲେଟର ସହ ଆଇସିୟୁ ବେଡର ହେବ ଲୋକାର୍ପଣ

*ଭର୍ଚୁଆଲ ମୋଡରେ ଲୋକାର୍ପଣ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ରାଉରକେଲା: ଆଜି ଷ୍ଟିଲ ସିଟିରେ ରାଉରକେଲାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଷ୍ଟିଲ ପ୍ଲାଣ୍ଟର ଇସ୍ପାତ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ୍ ଏବଂ ସୁପର ସ୍ପେଶାଲିଟି ହସ୍ପିଟାଲରେ ୧୦୦ଟି ଭେଣ୍ଟିଲେଟର ସହ ଆଇସିୟୁ ବେଡର ଲୋକାର୍ପଣ କରିବେ । ପୂର୍ବାହ୍ନ ସାଢ଼େ ୧୧ରେ ଭର୍ଚୁଆଲ ମୋଡରେ ଏହି ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ସୂଚନା ଅନୁଯାୟୀ, ୨୦୨୧ ମାର୍ଚ୍ଚ ୨୧ରେ ରାଷ୍ଟ୍ରପତିଙ୍କ ଦ୍ବାରା ଆଇପିଜିଆଇ ଏବଂ ସୁପର ସ୍ପେଶାଲିଟି ହସ୍ପିଟାଲକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିଲା । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶରେ ଏହି ହସ୍ପିଟାଲରେ ତୁରନ୍ତ ୧୦୦ଟି ଭେଣ୍ଟିଲେଟର୍ ସହ ଆଇସିୟୁ ବେଡର ବ୍ୟବସ୍ଥା କରାଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଫଗନ ସିଂ କୁଲସ୍ତେ, ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ, ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଓ ଜିଲ୍ଲାର ସମସ୍ତ ବିଧାୟକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଅନ୍ୟପକ୍ଷେ ଗତକାଲି ପଶ୍ଚିମବଙ୍ଗର ବର୍ନପୁର ଠାରେ ୨ ଶହ ବେଡ୍ ବିଶିଷ୍ଟ କୋଭିଡ୍ ସେଣ୍ଟରର ଲୋକାର୍ପଣ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଇସ୍କୋ ଇସ୍ପାତ୍ କାରଖାନା ଦ୍ବାରା ନିର୍ମିତ ଏହି ଅକ୍ସିଜେନ୍ ସଂଯୁକ୍ତ ୨ ଶହ କୋଭିଡ୍ ବେଡର ଲୋକାର୍ପଣ ହୋଇଛି ।