Odia News Portal

ଘରୋଇ କଲେଜରେ୧୨ପଜିଟିଭ ଚିହ୍ନଟ

ସ୍ୱତନ୍ତ୍ର ଟିମ୍ ଦ୍ୱାରା ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କର କଣ୍ଟାକ୍ଟ ଟ୍ରେସିଂ

କଟକ: କଟକରେ ଚିନ୍ତା ବଢ଼ାଇଲା କରୋନା ସଂକ୍ରମଣ । କଟକର ଏକ ଘରୋଇ କଲେଜରେ ଏକାସାଙ୍ଗରେ ୧୨ଜଣ କୋଭିଡ ପଜିଟିଭ ଚିହ୍ନଟ ଘଟଣା ଏବେ ଚିନ୍ତା ବଢ଼ାଇଛି । ଏହି ୧୨ଜଣଙ୍କ ମଧ୍ୟରେ ଛାତ୍ରଛାତ୍ରୀ, ଶିକ୍ଷକ, ଆଡମିନ କର୍ମଚାରୀ ଅଛନ୍ତି ।ତେବେ କୋଭିଡ ପଜିଟିଭ ଚିହ୍ନଟ ପରେ ଏହି କଲେଜକୁ ଏବେ ଅସ୍ଥାୟୀ ଭାବେ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି । ଏହି ଘଟଣାକୁ ନେଇ ସିଏମସିର ବରିଷ୍ଠ ଅଧିକାରୀ କହିଛନ୍ତି, ସ୍ୱତନ୍ତ୍ର ଟିମ୍ ଦ୍ୱାରା ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯିବ ।

ଆବଶ୍ୟକ ପଡିଲେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବ । ଚିହ୍ନଟ ସମସ୍ତ ପଜିଟିଭଙ୍କୁ ଏବେ କ୍ୱାରେଣ୍ଟିନରେ ରଖାଯାଇଛି । କୌଣସି ବାହାର ଗାଡିୟାନ କିମ୍ବା ଅନ୍ୟ କୌଣସି ବ୍ୟକ୍ତି ଯିବା ଆସିବା ଉପରେ ବାରଣ କରାଯାଇଛି । ସୂଚନା ଅନୁଯାୟୀ ଏହି କଲେଜରୁ ୩ଜଣ ପଜିଟିଭ ଚିହ୍ନଟ ହୋଇଥିଲେ ହେଲେ ପରେ ଏହି ୩ଜଣଙ୍କୁ ସଂଗରୋଧରେ ନରହିବା କାରଣରୁ ଏବେ ଆଉ ୧୨ ଜଣଙ୍କ ପାଖେ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ରହିଛି । ଆଗକୁ କଲେଜରେ ସମସ୍ତଙ୍କର କୋଭିଡ ଟେଷ୍ଟ କରାଯିବ । ଆକ୍ରାନ୍ତଙ୍କୁ ସାଧାରଣ ଛାତ୍ରଛାତ୍ରୀ ଅଭିଭାବଙ୍କ ଠାରୁ ସମ୍ପୂର୍ଣ୍ଣ ଅଲଗା ରଖାଯିବ ।