Odia News Portal

ସାଲେପୁର ସବ୍‌ଜେଲ୍‌ରୁ ୧୨ କଏଦୀ ଆକ୍ରାନ୍ତ

ସାଲେପୁର : ସାଲେପୁର ସବ୍‌ଜେଲ୍‌ରୁ ପୁଣି କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି । ୧୨ଜଣ ବିଚରାଧୀନ କଏଦୀ କରୋନାରେ ଆକ୍ରାନ୍ତ ହୋଇଛି । ସାଲେପୁର ସବଜେଲରେ ୫ ଦିନ ତଳେ ଜଣେ କଏଦୀ କରୋନା ପଜିଟିଭ  ଚିହ୍ନଟ ହୋଇଥିଲେ । ଏହାପରେ ସମସ୍ତ କଏଦୀଙ୍କ କୋଭିଡ ଟେଷ୍ଟ କରାଯାଇଥିଲା । ଏବେ ୧୨ କଏଦୀଙ୍କୁ ଜେଲ ଭିତରେ ଆଇସଲେସନ ରୁମରେ ରଖାଯାଇଛି।  ସ୍ବତନ୍ତ୍ର ମେଡିକାଲ ଟିମ ଦ୍ବାରା ସେମାନଙ୍କୁ ସ୍ବାସ୍ଥ୍ୟ ଉପରେ ନଜର ରଖାଯାଉଥିବା ଜେଲର ସୂଚନା ଦେଇଛନ୍ତି।

ସେହିପରି ପୁରା ଜେଲକୁ ସାନିଟାଇଜ଼ କରାଯାଇଛି।  ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ସତର୍କ ଦୃଷ୍ଟି ରଖାଯାଇଛି।  ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଏକ ଡାକ୍ତରୀ ଟିମ ଗଠନ ହୋଇଛି । ଏପ୍ରଯ୍ୟନ୍ତ କାହାରି ଦେହ ଖରାପ ହୋଇନଥିବା ଜେଲ କତ୍ତୃପକ୍ଷଙ୍କ ଠାରୁ ସୂଚନା ମିଳିଛି ।