Odia News Portal

ଆଜି ୧୨ ଘଣ୍ଟିଆ ସୁବର୍ଣ୍ଣପୁର ବନ୍ଦ

ସୁବର୍ଣ୍ଣପୁର: ଥମୁନି ମମିତା ମେହେର ହତ୍ୟା କାଣ୍ଡର ତାତି । କଳାହାଣ୍ଡି ଜିଲା ମହାଲିଙ୍ଗ ସନସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ଅସନ୍ତୋଷ ଦେଖାଦେଉଛି । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ଫାଶି ଦଣ୍ଡାଦେଶ ସହ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ସମ୍ପୃକ୍ତିକୁ ନେଇ ପ୍ରତିବାଦ ଜୋର ଧରିଛି । ମନ୍ତ୍ରୀଙ୍କ ଇସ୍ତଫା ଦାବି ସହ ଘଟଣାର ତଦନ୍ତ ଭାର ସିବିଆଇକୁ ଦେବାକୁ ବିଭିନ୍ନ ଦଳ ଓ ସଂଗଠନ ପକ୍ଷରୁ ଦାବି ହେଉଛି ।

ଏ ନେଇ ଗୁରୁବାର ୧୨ ଘଣ୍ଟିଆ ସୁବର୍ଣ୍ଣପୁର ବନ୍ଦ ଡାକରା ଦିଆଯାଇଛି । ଫଳରେ ଅତ୍ୟାବଶ୍ୟକୀୟ ଜିନିଷକୁ ବାଦ୍‌ ଦେଇ ଦୋକାନ ବଜାର, ସରକାରୀ ବେସରକାରୀ ପ୍ରତିଷ୍ଠାନ ସହ ଗାଡି ମଟର ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି । ବିଭିନ୍ନ ଛକଗୁଡିକରେ ଭାଜପା କର୍ମୀଙ୍କ ଦ୍ବାରା ପିକେଟିଂ କରାଯାଇଥିବା ଦେଖିବାକୁ ମିଳିଛି ।