Odia News Portal

ସତର୍କ ହୋଇ ଯାଆନ୍ତୁ, ୨ମାସରେ ଅମାନିଆଙ୍କଠାରୁ ଆଦାୟ ହେଲାଣି ସାଢ଼େ ୧୪ କୋଟି

ଭୁବନେଶ୍ୱର: କରୋନା କଟକଣାକୁ ନମାନି ବୁଲୁଥିବା ଅମାନିଆଙ୍କ ନିକଟରୁ ୨ ମାସରେ ଆଦାୟ ହେଲାଣି ସଢ଼େ ୧୪ କୋଟି ଟଙ୍କାର ଫାଇନ୍ । ଏପ୍ରିଲ ୧ରୁ ଏଯାବତ ୪ ଲକ୍ଷ ୭୬ ହଜାର ଅମାନିଆଙ୍କୁ ଧରାଯାଇଥିବା ବେଳେ ୧୪ ଲକ୍ଷ ୫୮ ହଜାର ଟଙ୍କା ଜରିମାନା କଟାଯାଇଛି । ସେପଟେ, ୩୫ ହଜାର ଦୋକାନ ସିଲ ହୋଇଥିବା ବେଳେ ୨୭୮ ମାମଲା ରୁଜୁ ହୋଇଛି । ୧୩୩୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୨୯ ହଜାର ଗାଡ଼ି ସିଜ୍ କରାଯାଇଛି ।

ତେବେ ଲକଡାଉନ ସମୟରେ ସାଇବର ଠକମାନେ ଅଧିକ ଠକେଇ କରୁଥିବା ସୂଚନା ଦେଇଛନ୍ତି ଏଡିଜି । ତେବେ ସାଇବର ଠକେଇରେ ପଡିଲେ ୧୫୫୨୬୦ ନମ୍ବରରେ ଯୋଗାଯୋଗ କରନ୍ତୁ । ସେପଟେ ଆଜି ଆମାନିଆଙ୍କୁ ତାଗିଦ୍ କରିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । କଟକଣା ନମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସତର୍କ କରାଇଛନ୍ତିି । ଟିକା ଲାଗି ମନଇଛା ଯାଇ ସ୍ଳଟ ବୁକିଂ ସମୟ ଅନୁସାରେ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେପଟେ ରଜ ପର୍ବକୁ ଦୃଷ୍ଟିରେ ରଖି ମଧ୍ୟ କିଛି କଟକଣା ଜାରି କରାଯାଇଛି । ଆମିଷ ବଜାରରେ ଭିଡ ନଜମାଇ ସାମାଜିକ ଦୂରତ୍ୱ ରଖି କିଣାକିଣି କରନ୍ତୁ । ଯଦି କୌଣସି ଦୋକାନୀ କଟକଣା ନମାନନ୍ତି ତେବେ ସୋମନଙ୍କଠାରୁ ଫାଇନ ଆଦାୟ କରାଯିବ । ଆବଶ୍ୟକ ପଡିଲେ ଗିରଫ କରାଯିବ ବୋଲି ମଧ୍ୟ ସୂଚନା ଦିଆଯାଇଛି ।