Odia News Portal

ବେଆଇନ୍ ମାଞ୍ଜା ସୂତା ବିକ୍ରି କରି ୧୪ ଅଟକ

କଟକ : ଅଘଟଣ ଘଟିବା ପରେ ପୋଲିସ ନେଲା ଆକ୍ସନ। ବେଆଇନ୍ ମାଞ୍ଜା ସୂତା ବିକ୍ରି ଘଟଣାରେ ୧୪ଜଣଙ୍କୁ ଅଟକ ରଖିଛି କମିଶନରେଟ୍ ପୋଲିସ । ବେଆଇନ୍ ମାଞ୍ଜା ସୂତା ବିକ୍ରି ବାବଦରେ ୪ଟି ମାମଲା ମଧ୍ୟ ରୁଜୁ କରିଛି ପୋଲିସ । ଏନେଇ କଟକ ଡିସିପି ପ୍ରତୀପ ସିଂ ସୂଚନା ଦେଇଛନ୍ତି ।
ଖବର ଅନୁଯାୟୀ, ବ୍ୟାନ୍ ସତ୍ତ୍ୱେ ବି କଟକରେ ଚାଲିଥିଲା ମାଞ୍ଜା ସୂତା ବିକ୍ରି । ଏପିରିକି କିଛି ଦିନ ପୂର୍ବେ କଟକରେ ମାଞ୍ଜା ସୂତାରେ ବେକ କଟି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା । ଯାହାପରେ ଆକ୍ସନକୁ ଆସିଥିଲା କଟକ ପୋଲିସ । ତୁରନ୍ତ ବେଆଇନ ଭାବେ ବିଭିନ୍ନ ସ୍ଥାନରେ ଚାଲିଥିବା ମାଞ୍ଜା ସୂତା ପ୍ରସ୍ତୁତି କାରଖାନାରେ ଚଢାଉ କରିଥିଲା । କିଛି ଲୋକଙ୍କ ମଧ୍ୟ ଗିରଫ କରିଥିଲା । ଏବେ ଆଉ ୧୪ଜଣଙ୍କୁ ବେଆଇନ୍ ମାଞ୍ଜା ସୂତା ବିକ୍ରି ଘଟଣାରେ ଅଟକ ରଖିଛି । ତାଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ କରାଯାଇଛି ।