Odia News Portal

ସପ୍ତାହନ୍ତ ସଟଡାଉନରେ ଘଣ୍ଟାଏ କୋହଳ

*ଘଣ୍ଟାଏ କୋହଳ ସମୟରେ ମର୍ଣ୍ଣିଂ ୱାର୍କ ଓ ସାଇକେଲିଂ କରିପାରିବେ ଲୋକେ |
*ଏନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା |
*ଶୁକ୍ରବାର ରାତି ୯ଟାରୁ ସୋମବାର ସକାଳ ୫ଟା ଯାଏଁ ଲାଗିବ ଓ୍ୱିକେଣ୍ଡ୍ ସଟଡାଉନ୍ |

ଭୁବନେଶ୍ୱର: ସପ୍ତାହନ୍ତ ସଟଡାଉନରେ ଘଣ୍ଟାଏ କୋହଳ କଲେ ଏସଆରସି । ସକାଳ ୫ଟାରୁ ୬ଟା ପର୍ଯ୍ୟନ୍ତ ଲୋକଙ୍କୁ ଘଣ୍ଟାଏ କୋହଳ ଦିଆଯିବ । ତେବେ ଏହି ସମୟରେ କେବଳ ମର୍ଣ୍ଣିଂ ୱାର୍କ ଓ ସାଇକେଲିଂ କରିପାରିବେ ଲୋକେ । ଏନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା ।ଶୁକ୍ରବାର ରାତି ୯ଟାରୁ ସୋମବାର ସକାଳ ୫ଟା ଯାଏଁ ଲାଗିବ ଓ୍ୱିକେଣ୍ଡ୍ ସଟଡାଉନ୍ । ଏହା ରାଜ୍ୟର ସମସ୍ତ ସହରାଞ୍ଚଳରେ ଲାଗୁ ହେବ । ଏନେଇ କୌଣସି ଦ୍ୱନ୍ଦ୍ୱ ରହିବା ଅନୁଚିତ ବୋଲି କହିଛନ୍ତି ଏସଆରସି ।

ଏସଆରସି କହିଛନ୍ତି ଯେ,ଶୁକ୍ରବାରରୁ ଆରମ୍ଭ ହେବାକୁ ଥିବା ନାଇଟକର୍ଫ୍ୟୁ ଶନିବାର ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ଶନିବାର ସକାଳ ଠାରୁ ଆରମ୍ଭ ହେବ ସପ୍ତାହନ୍ତ ସଟଡାଉନ । ଆଉ ଏହା ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ଜାରି ରହିବ । ସଟଡାଉନ୍ ବେଳେ କେବଳ ଜରୁରୀକାଳିନ ସେବା ଜାରି ରହିବ । ତେବେ ୫ଟାରୁ ୬ଟା ଯାଏଁ ପ୍ରାତଃଭ୍ରମଣ ଓ ସାଇକେଲିଂ ପାଇଁ ଏକ ଘଣ୍ଟା କୋହଳ କରାଯିବ | ଏତତ୍ ବ୍ୟତୀତ ପଶ୍ଚିମବଙ୍ଗରୁ ଆସୁଥିଲେ ଆରଟିପିସିଆର ନେଗେଟିଭ୍ ରିପୋର୍ଟ ଥିଲେ ୧୪ ଦିନିଆ ହୋମ୍ କ୍ୱାରେଣ୍ଟାଇନ୍ ଓ ରିପୋର୍ଟ ନଥିଲେ ସରକାରୀ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ ବୋଲି ଏସଆରସି କହିଛନ୍ତି ।