Odia News Portal

ରାଜୀବ ଗାନ୍ଧୀ ଖେଳ ରତ୍ନ ଲାଗି ଦୁଇ ହକି ଖେଳାଳୀଙ୍କ ନାମ ସୁପାରିଶ

ନୂଆଦିଲ୍ଲୀ: ଗାନ୍ଧୀ ଖେଳ ରତ୍ନ ପୁରସ୍କାର, ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ପାଇଁ ହକି ଇଣ୍ଡିଆ ଭାରତୀୟ ଗୋଲକିପର ପି.ଆର ଶ୍ରୀଜେଶ ଏବଂ ପୂର୍ବତନ ମହିଳା ହକି ଖେଳାଳି ଦୀପିକାଙ୍କୁ ମନୋନୀତ କରିଛି। ଏଥି ସହିତ ଅର୍ଜୁନ ପୁରସ୍କାର ପାଇଁ ହରମାନପ୍ରୀତ ସିଂ, ଭନ୍ଦାନା କାଟାରିଆ ଏବଂ ନବଜୋତ କୌରଙ୍କ ନାମ ପଠାଯାଇଛି। ଭାରତର ପୂର୍ବତନ ଖେଳାଳି ଆରପି ସିଂ ଏବଂ ସାଙ୍ଗାଇ ଇବେମାହାଲଙ୍କୁ ମେଜର ଧ୍ୟାନ ଚାନ୍ଦ ଜୀବନବ୍ୟାପୀ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଏଥି ସହିତ ହକି ଇଣ୍ଡିଆ ଡ୍ରୋନାଚାର୍ଯ୍ୟ ପୁରସ୍କାର ପାଇଁ କୋଚ୍ ବିଜ କାରିଆପ୍ପା ଏବଂ ସି.ଆର କୁମାରଙ୍କ ନାମ ପଠାଇଛି। କ୍ରୀଡ଼ା ମନ୍ତ୍ରଣାଳୟର ଏକ କମିଟି ବିଜେତାଙ୍କ ନାମ ଚୟନ କରିବ।