Odia News Portal

ପଡିଶା ଘରକୁ ପିଠା ଖାଇବାକୁ ଯାଇ ୨ ବର୍ଷର ଶିଶୁ ନିଖୋଜ


ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ନିମା ଗ୍ରାମର ୨ ବର୍ଷର ଶିଶୁ ନିଖୋଜ । ପରିବାର ପକ୍ଷରୁ ଏନେଇ ଥାନାରେ ଏତଲା ଦିଆଯାଇଛି । ନିଖୋଜ ଶିଶୁ ହେଉଛନ୍ତି ଉମାକାନ୍ତ ପ୍ରଧାନଙ୍କ ଝିଅ ସସ୍ମିତା ପ୍ରଧାନ । ସସ୍ମିତା ପ୍ରଥମାଷ୍ଟମି ପାଇଁ ୮.୩୦ ବେଳକୁ ସଜବାଜ ହୋଇ ନୂଆ ଡ୍ରେସ ପିନ୍ଧି ଘର ପାଖ ପଡିଶା ଘରକୁ ପିଠା ଖାଇବାକୁ ଯାଇଥିଲେ । କିଛି ସମୟ ପରେ ପରିବାର ଲୋକେ ଖୋଜା ଖୋଜି କରିବା ପରେ ସସ୍ମିତାଙ୍କୁ ପାଇନଥିଲେ । ଏନେଇ ପରିବାର ଲୋକେ ବସ୍ତା ଥାନାରେ ଏକ ଏତଲା ଦେଇଥିଲେ । ପୋଲିସ ଘଟଣାର ତଦନ୍ତ ଜାରୀ ରଖିଥିବା ବେଳେ , ଅଗ୍ନିଶମ ବିଭାଗ ଦ୍ୱାରା ଖୋଜା ଖୋଜି ଜାରୀ ରହିଛି ।