Odia News Portal

୨୦୨୬ ହକି ବିଶ୍ୱକପ୍ ସୂଚୀ ଘୋଷଣା ୧୯ ଅଗଷ୍ଟରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

ହକି ପ୍ରେମୀଙ୍କ ପାଇଁ ବଡ଼ ଖବର। ୨୦୨୬ ପୁରୁଷ ଓ ମହିଳା ହକି ବିଶ୍ୱକପ୍ ପାଇଁ ଅନ୍ତର୍ଜାତୀୟ ହକି ମହାସଂଘ (FIH) ପକ୍ଷରୁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ନେଦରଲାଣ୍ଡ ଏବଂ ବେଲଜିୟମର ମିଳିତ ଆନୁକୂଲ୍ୟରେ ଅଗଷ୍ଟ ୧୫ରୁ ୩୦ ଯାଏଁ ଏହି ମହାକୁମ୍ଭ ଅନୁଷ୍ଠିତ ହେବ। ତେବେ ସବୁଠାରୁ ଚର୍ଚ୍ଚିତ ମ୍ୟାଚ୍ ଅର୍ଥାତ୍ ଭାରତ ବନାମ ପାକିସ୍ତାନ ମଧ୍ୟରେ କଡ଼ା ଟକ୍କର ଅଗଷ୍ଟ ୧୯ ତାରିଖରେ ଦେଖିବାକୁ ମିଳିବ। ଭାରତୀୟ ପୁରୁଷ ଓ ମହିଳା ଉଭୟ ଦଳକୁ ‘ପୁଲ୍-ଡି’ରେ ସ୍ଥାନ ଦିଆଯାଇଛି। ସୌଭାଗ୍ୟବଶତଃ, ଉଭୟ ଦଳ ସେମାନଙ୍କର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଗୁଡ଼ିକ ନେଦରଲାଣ୍ଡର ଆମଷ୍ଟେଲଭିନସ୍ଥିତ ୱାଗନର ହକି ଷ୍ଟାଡିୟମରେ ଖେଳିବେ।